ରାତି
ରାତି
1 min
7.0K
ରାତିରେ ,
ତତେ ପୂଜା କରିବି
ନା ପ୍ରେମ ?
ଅନ୍ଧାରର କଣ ଛଳନା ଯେ
ସିଏ ତ ନିଷ୍ପାପ ଶିଶୁଟିଏ ||
କେହି ଶତ୍ରୁ ନାହିଁ
କେହି ମିତ୍ର ନାହିଁ
ତମେ ତାକୁ ଶଠତା କହିପାର
ଅବା ନିର୍ବୋଧତା ||
ସିଏ ନିର୍ବିକାରେ କୋଳେଇ ନିଏ
ଦରିଦ୍ରର ଦାରିଦ୍ର୍ୟତା
ଭୋକିଲା ପ୍ରାଣରେ ଢାଙ୍କିଦେଇ
ନିଦର ଚାଦର
ତମେ ଛଳନା କହିପାର ||
ରାତି ସିଏ
ସତେ ଅବା ଗଂଗାଟିଏ
ଧୋଇପାରେ ପାପୀ ର ପାପ
ଦୁରାଚାରେ ଦେଇପାରେ ଜୀବନର ବୀଜମନ୍ତ୍ର
ହୁଏତ ତମେ ଘୃଣା କରିପାର ||
ଧାରକ ସେ ପୁଣ୍ୟର
ଗର୍ଭ ଫାଡ଼ି ଦେଇପାରେ ଜନ୍ମ
ନବଆଭା ନବ ସଂକ୍ରାନ୍ତିର
ଉଷାର ପହିଲି କିରଣେ
ତିଳ ତିଳ ମରି ମରି
ସରିଯିବା ଆଗୁ ||
ଫୁଲରେ ,
ତୁ କାହିଁକି ଖେଳୁ
ରାତିର ସେ ନିର୍ଜନ ପହରେ ?
ନିଶାର୍ଦ୍ଧରେ ବରିବାକୁ
ଅବା ପୁଜିବାକୁ ତାର
ଶାନ୍ତ ସ୍ନିଗ୍ଧ ପୟୋସିନୀ ରୂପ ||