Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଚରିତ୍ର ଯାଉଛି ମରି

ଚରିତ୍ର ଯାଉଛି ମରି

1 min
6.9K


ଚରିତ୍ର ଯାଉଛି ମରି

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଚରିତ୍ର ଯାଉଛି ମରି

ରୋଗର ଜୀବାଣୁ ଭୟଙ୍କରୀ

ପ୍ରଜାଗଣେ ଶୋକର ଲହରି

ମଜଭୁତ ସିଲେଇ ଜରୁରୀ ।

 

ରିପୋର୍ଟ ଅତି ଦରକାରୀ

ବୈଠକ ବସିଛି ମିଳିତ ସବୁରି

ବକ୍ତାମାନେ ଫୁଙ୍କୁଛନ୍ତି ତୂରୀ

ଚରିତ୍ର ଚିତ୍ରଣ ମଜବୁରି ।

 

ସରକାର ନାମ କଲେ ଜାରି

ପାଞ୍ଚଜଣିଆ କମିଟି କରିବ ଇନକ୍ଵାରୀ

ନେତା, ପୋଲିସ୍, ଅଫିସର

ବେସରକାରୀ ବାବା ଆଉ ଡାକ୍ତର ।

 

ଛୁଞ୍ଚି କରଇ ଡାମ୍ଫଣର ଗୁଣଗାନ

ହସୁଥାଏ ଦେଖି ଚାଲୁଣିର ମନ

ବୈଷ୍ଣବ ବିରାଡ଼ି କାନ୍ଦଣା ନୟନ

ଗଙ୍ଗାଜଳେ ବୁଡ଼ି ସବୁ ମହାନ ।

 

ଗଡ଼ିଆ ଦେଖେଇ ନଈ ଶୋଷି

ସିଂହାସନ ବଳେ ସବୁ ଚଷି

ଧର୍ମ ନାଆଁରେ ସବୁ ପେଷି

ନିରୀହ ବେକେ ଲଗା ରଶି ।

 

ପରନାରୀ, ପରଧନରେ ମନ

ବଡ଼ ଅଟ୍ଟାଳିକା, ଚାରିଚକା ଯାନ

ସ୍ୱାର୍ଥ, ହିଂସାର ରଖଇ ମାନ

ସେହି ଜୀବଟି ଚରିତ୍ରବାନ ।

 

ଏ ସାଗରେ ସବୁ ଲଙ୍ଗଳା

କିଏ ପାଇପ୍ ତ କିଏ ନଳା

ଗରିବ ମାଇପ ସଭିଙ୍କ ଗେହ୍ଲା

ଚରିତ୍ର ଘର ପୂରା ମେଲା ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy