କାଳିଆ ତୋ ମୁହଁ ପାରୁନି ଚାହିଁ
କାଳିଆ ତୋ ମୁହଁ ପାରୁନି ଚାହିଁ
କାଳିଆ ତୋ ମୁହଁ ପାରୁନି ଚାହିଁରେ
ବାଇଶି ପାହାଚ ପାରୁନି ଛୁଇଁ
ପାପ ଦୁନିଆରେ ମହାପାପୀ ହୋଇ
କେଉଁ ପୁଣ୍ଯ ଅବା ମାଗନ୍ତି ମୁହିଁ ।୦।
ଜୀବନସାରା ମୁଁ କରିଛି ପାପ
ଜାଳିନି ତୋ ପାଦେ ଧୂପ କି ଦୀପ
କାଠ ଖଣ୍ଡେ ଭାବି ନୋଇଁନି ମଥା
ଶୁଣିନି ତୋ ଭକ୍ତି‐ଅମୃତ ଗାଥା
ସାରା ଜଗତର ବନ୍ଧୁ ଭାବି ଥରେ
ତୋ ସାଥେ ମୁଁ ବନ୍ଧୁ ବାନ୍ଧିଲି ନାହିଁରେ
କାଳିଆ ତୋ ମୁହଁ ପାରୁନି ଚାହିଁ ।୧।
ତୋ ଚକାଆଖିରେ ଆଖି ମିଶେଇ
କହିନି ରେ ଜଗା ନେ' କୋଳେଇ
କେବେ ବି ତୋତେ ମୁଁ ଭରସା କରି
କହିନି ମୋ ଦୁଃଖ ଦେ' ଉତ୍ତାରି
ଆକୁଳ ଅନ୍ତରେ ଗୁହାରି କରିନି
ଲୁହରେ ତୋ ପାଦ ଦେଇନି ଧୋଇରେ
କାଳିଆ ତୋ ମୁହଁ ପାରୁନି ଚାହିଁ ।୨