ସମାଧି
ସମାଧି
ସମାଧି
ପ୍ରମୋଦ ପ୍ରଧାନ
ବଢ଼ିଗଲେ ସମୟର ବ୍ୟବଧାନ
ତୋ...ମୋ... ଭିତରେ
କମିଆସେ ଅନାବିଳ ସମ୍ମୋହନ
ସମୟର କ୍ରୀତଦାସ ଆମେ
ଖୋଜୁଥିବା ଜିଇଁବାର ଶେଷପାହାଚରେ
ଆମ ସମ୍ପର୍କର ସମାଧାନ ।
ଦିଶା ଭିନ୍ନଭିନ୍ନ
ନିଶା ସମଭାବାପନ୍ନ
ଆଶା ନିରନ୍ତର
କସ୍ତୁରୀ ଚନ୍ଦନର ମହମହ ଚିହ୍ନ
ସମ୍ପର୍କ ତ ନୀଳମଧୁ ବର୍ଣ୍ଣ
ଅଭିନ୍ନ ଅନ୍ତରେ ନୀଳଆକାଶ ତଳ ଲାଗେ
କୁହ କିଆଁ ଏତେ ମେଘାଚ୍ଛନ୍ନ ?
ମେଘାଳି ବିବର୍ଣ୍ଣେ
ଆମେସବୁ ଗୋଟେଗୋଟେ ଛିନ୍ନହସ୍ତା
ପ୍ରଣୟ ହସ୍ତାକ୍ଷରେ
କଥା କହେ ଦସ୍ତାଦସ୍ତା
ଚିରା ଫଟା ରଦି କାଗଜ ବସ୍ତା
ଏଇ ତ... ଆମ ହୃଦୟର
ମରୁଘେରା ରଙ୍ଗଝରା ଆସ୍ଥା ।
ତୋ...ମୋ... ସମ୍ପର୍କ ତ ସବୁବେଳେ
ମାଧୁରିମା ନୀଳଧି...
ମାଟିମଟାଳ ଧାରେ ହରାଭରା ପରିଧି
ଲୁହଝରା ଅବଧିରେ
... ହସଚୋରା ସମାଧି ।
ଫ୍ରେଣ୍ଡସ୍ କଲୋନୀ, କଟକ
ଫୋନ : ୯୪୩୭୧୮୨୭୮୫
*****