Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Others

2  

LAXMAN KUMAR BEHERA (ଯତି)

Others

ବାରମାସୀ

ବାରମାସୀ

1 min
6.8K


ଗଞ୍ଜାମ ଜିଲ୍ଲାର ଯଶ

ଯେ' ଶୁଣେ ହୁଏ ହରଷ

ସୁନ୍ଦର ବନାନୀ

ନିଏ ମନ ଜିଣି

ଦେଖିଣ ସରବେ ତୋଷ ଲୋ

ମିତଣୀ ଶୁଣ ଲୋ । ।। ୦୧ ।।

ଖଲ୍ଲିକୋଟ ଗଡ ପାଶେ

ନିର୍ମଳ ଝର ଯେ' ହସେ

ଶତ ଶତ ଜନ

ଦେଖିଣ ଉଚ୍ଛନ୍ନ

ଗୁଣ ଗାନ୍ତି ବାରମାସେ ଲୋ

ମିତଣୀ ଶୁଣ ଲୋ । ।। ୦୨ ।।

ନିର୍ମଳ ଝରର ଶୋଭା

ଦେଖି ମନ ହୁଏ ଲୋଭା

ଚଉପାଶ ତାର

ଆହା କି ସୁନ୍ଦର

ସ୍ମୃତି ରହିଛି ଅଲିଭା ଲୋ

ମିତଣୀ ଶୁଣ ଲୋ । ।। ୦୩ ।।

ଝର ଜଳ କଲେ ପାନ

ଲାଗେ ଅମୃତ ସମାନ

ସେ ଜଳରେ ସ୍ନାନ

ଯେ' କରଇ ଜାଣ

ଧନ୍ୟ ହୁଏ ତା' ପରାଣ ଲୋ

ମିତଣୀ ଶୁଣ ଲୋ । ।। ୦୪ ।।

ତପନ କିରଣ ପାଇ

ଚଉଦିଗ ଝଲକଇ

ନାନା ପକ୍ଷୀ ସ୍ବନ

ଶୁଣି ପୂତ କର୍ଣ୍ଣ

ସୃଷ୍ଟି ଗୀତ ଯା'ନ୍ତି ଗାଇ ଲୋ

ମିତଣୀ ଶୁଣ ଲୋ । ।। ୦୫ ।।

ମଧୁ ପାଇଁ ଫୁଲେ ଫୁଲେ

ଷଟପଦ ଘୁରି ବୁଲେ

ରଙ୍ଗ ପ୍ରଜାପତି

କରୁଥାନ୍ତି ରତି

କେ' ସରି ତାଙ୍କରି ତୁଲେ ଲୋ

ମିତଣୀ ଶୁଣ ଲୋ । ।। ୦୬ ।।

ବିଚିତ୍ର ସୃଷ୍ଟି ସର୍ଜନା

କେ' କରେ କେଉଁ ବାହାନା

କଳିଯୁଗ ପାଇଁ

ଶାନ୍ତି ପୁର ଏହି

ସର୍ବେ କର ତା' ବନ୍ଦନା ଲୋ

ମିତଣୀ ଶୁଣ ଲୋ । ।। ୦୭ ।।

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ-୯୬୬୮୨୪୨୭୨୦


Rate this content
Log in