Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeShibanee Das

Abstract Others

2  

SushreeShibanee Das

Abstract Others

ପ୍ରକୃତି ଗତ

ପ୍ରକୃତି ଗତ

1 min
6.7K


ଚେହେରା କେତେବା ଅଭିନୟ କରିବ,

ଖାଲି' ହୃଦୟ ହିଁ କହିପାରିବ ଝୁରିବାର ଗଭୀରତା,

ନ ହେଲେ,

ଭାବର ଶୃଙ୍ଗାରମୁଖୋଟାରେ କେତେକ୍ଷଣ....... 

ଲୁଚେଇହେବ ବୁକୁତଳ ବ୍ୟାକୁଳତା ! ॥


ହସ ନୁହେଁ',

ବାସ୍ତବ ଖୁସିର ଉଦ୍ ବିଘ୍ନତା କେବଳ ଅଶ୍ରୁ ହିଁ ମାପିପାରିବ,

ନ ହେଲେ,

ମିଛିମିଛିକା ହସରେ କେତେଯାଏ ବିଷର୍ଣ୍ଣତା ଊହ୍ୟକରିହେବ ! ॥


ଭାଷା ନୁହେଁ',

ନୀରବତା ହିଁ ବୁଝିପାରେ ମାନସଗହ୍ୱର ଉତ୍ତାଳତାକୁ,

ନ ହେଲେ,

କଥା ଚାଟୁତାରେ କେତେସମୟ ଲୁପ୍ତକରିହେବ 

ଅନ୍ତଃଭୂକମ୍ପର ପ୍ରବିକ୍ତତାକୁ ! ॥


ଖୁସି ନୁହେଁ',

ଆତ୍ମାର ଉଷ୍ଣଚକ୍ରବାତକୁ କେବଳ କୋହ ହିଁ ମାପିପାରିବ,

ନ ହେଲେ,

ଲୋକଦେଖା ଅପ୍ରାକୃତିକ ଖୁସିରେ କୋହକୁ 

କେତେସମୟ ଲୁଚାଇହେବ ! ॥


ଆଖି ନୁହେଁ',

ମନ ହିଁ କହିପାରିବ ଖୋଜିବାର ଉଦ୍ ବିଘ୍ନତା ଇପ୍ସିତ ପୂର୍ଣ୍ଣଯାଏ,

ନ ହେଲେ,

ପ୍ରତୀକ୍ଷା କରିକରି ବେଳେବେଳେ ଆଖି ବି ଥକିଯାଏ ! ॥


ଶରୀର ନୁହେଁ',

କେବଳ ଆତ୍ମା ହିଁ ବଖାଣିପାରିବ ଏକାନ୍ତରୂପି 

ଜଞ୍ଜିର ବନ୍ଧନର ତିକ୍ତତାକୁ,

ନ ହେଲେ,

ଗହଳିଭିତରେ ଥାଇ ବି ଏକୁଟିଆଏକୁଟିଆ ଲାଗନ୍ତା ନାହିଁ ମଣିଷକୁ ! ॥


Rate this content
Log in

Similar oriya poem from Abstract