Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଟିକିଏ ବିନତି

ଟିକିଏ ବିନତି

1 min
6.6K


ଅଙ୍ଗୁଷ୍ଠି ପ୍ରମାଣ        ରୂପକୁ ଧାରଣ

କରିଥିଲ ମାୟା କରି

ବୁଡାଇ ଶୟଳ        ସାତତାଳ ଜଳ

ଛୁଇଁଲା ଗଗନ ସରି ।

ଅଥଳ ଅତଳେ       ପ୍ରଳୟ ସଲିଳେ

ଓଷ୍ଠରେ ଅଙ୍ଗୁଷ୍ଠି ଭରି

ବଟପତ୍ରେ ଶୋଇ     ଅନ୍ଧାର ଘୋଟାଇ

କି କାରଣେ ଥିଲ ହରି ?

ହେଉ ଭାସମାନ       କଲ ଉଦ୍ଧାରଣ

ମାର୍କଣ୍ଡଙ୍କ କର ଧରି 

ତଦନ୍ତରେ ଋଷି       ନାଭିଚକ୍ରେ ପଶି

ଦେଖିଥିଲେ ପୂର୍ବ ପରି ।

ଭାବରେ ଆହ୍ଲାଦ       ଟିକି ପ୍ରହଲ୍ଲାଦ

ଡାକିଲା ବିଶ୍ଵାସେ ଚଳି

ସ୍ତମ୍ଭରୁ ବାହାରି       ହିରଣ୍ୟକୁ ମାରି

ରଖିଲ ଭକତ ଅଳି ।

ଟିକି ଅବତାରେ      ବାମନ ରୂପରେ

ପେଷିଲ ପାତାଳେ ବଳି

ସେ ରୂପ ମହିମା     ଦେବାକୁ ଉପମା

କିଏ ବା ପାରିବ କଳି ।

ଟିକିପିଲା ଧ୍ରୂବ      ଯୋଡିଥିଲା ଭାବ

ଉତ୍ତାନପାଦଠୁଁ ଗଳି

ଅନ୍ତରୀକ୍ଷେ ଥାନ      କରିଲ ବିଧାନ

ସତ୍ୟପଣେ ତାର ଢଳି ।

ତୁମେ ପରା ସେହି      ଟିକିପିଲା ରହି

ସୁବର୍ଣ୍ଣ ଚାନ୍ଦୁଆ ତଳେ

ରତନ ଖଟୁଲି       ଉପରେ ତ ଝୁଲି

କ୍ଷୀର ପିଉଥିଲ ବଳେ ।

ଯଶୋମତୀ କୋଳେ ବଢି ପ୍ରୀତି ଭୋଳେ

ଦୈତ୍ୟଙ୍କ କ୍ରୁରତା ଫଳେ

ଗୋଟିଗୋଟି କରି      ଅସୁରଙ୍କୁ ଧରି

ମାରିଥିଲ କଉଶଳେ ।

ମାମୁଁ କଂସରାଟ       ଉତ୍ପାତ ବିକଟ

କଲା ବୋଲି ସିନା ଖଳେ

ଟିକି ରୂପ ଦେଖି      ନିମିଷେ ଚମକି

ମଞ୍ଚାରୁ ତଳକୁ ଟଳେ ।

ବଳାଇଛି ମତି        ଟିକିଏ ବିନତି

ଟିକି ପିଲାଙ୍କର ପାଇଁ

ଘୋର କଳି କାଳେ ବାଲ୍ୟ ବୋଧ ଆଳେ

କରୁଣା ରଖିବ ସାଇଁ ।

ପ୍ରସନ୍ନ କୁମାର ମାଦଳା


Rate this content
Log in