କରିବକି ପ୍ରତିକାର !
କରିବକି ପ୍ରତିକାର !
ଯେଉଁ ଡାଳେ ବସିଲି ଭାଗିଂଲା ଡାଳ,
ଏଣେ ପକ୍ଷ ମୋର ଅଟେ ଭାରି ଦୁର୍ବଳ l
ଉଡିବlକୁ କରି ପାରେ ନାହିଁ ସାହସ,
ତଳେ ବସିଲେ, ଶତ୍ରୁ ମୋର ଅଶେଷ l
ଚାହିଁଛନ୍ତି ଝାମ୍ପି ନେଇ କରିବାକୁ ନିଶେଷ,
କାହାକୁ କହିବି ଏ ଦୁଖ ଅଶେଷ l
ତୁମେ ଟିକେ ଦେଇ ପାରିବକି ଆଶ୍ବାସ,
ଆସିଛି ଆଜି ମୁଁ ରଖି ତୁମ ପରେ ବିଶ୍ବାସ l
ନିଷ୍ଠୁର କାଳ ଛାଡେ ରଡି ରହି ରହି,
ବେଳ ହେଲାଣି ତୋ ଯିବାକୁ କହି l
ଯିବାକୁ ଇଛା ହୁଏ ନାହିଁ ଏତେ ଶୀଘ୍ର,
ମନ ଭରି ନାହିଁ ଏ ଯାଏ ଦେଖି ତୁମ ସଂସାର l
ସୌନ୍ଦଯ୍ୟତାରେ ଭରି ଦେଇଛ ଏତେ,
ଆଖି ଥକୁ ନାହିଁ ଦେଖିଲେ ବି ଯେତେ l
ସବୁ ଲାଗେ ମୋର ଚିହ୍ନା ଆପଣାର,
କେହି ତ ଲାଗନ୍ତି ନାହିଁ ଟିକେ ବି ପର l
ନଈ ନାଳ ସ୍ରୋତ ଝରଣା ହ୍ରଦ,
ବହି ଯାଉଛନ୍ତି ଗାଇ ତୁମରି ଗୀତ l
କେମିତି ବୁଝିବ ଏ ଅବୁଝା ମନ,
ଭାବେ ବଂଚି ଯାଆନ୍ତା କି ଆଉ କିଛି ଦିନ l
କାମନା ର ନଈ ଭାରି ଉଦ୍ଧତ,
ନଶୁଣି ଉଚ୍ଚୁଳେ ହୋଇ ପ୍ରମତ୍ତ l
ଶରୀର ଓ ମନରୁ ଗଲାଣି ଖସି ବଳ,
ବଂଚିବା ପାଇଂ ତଥାପି ଖୋଜୁଚି ଆଳ l
ତ୍ରାହି କର ଆସି ମତେ ଜଗଦୀଶ,
ପଥ ଦେଖାଅ ପାଦ ଧରୁଚି ନିଶ୍ବ l
କରିପାରିବକି କିଛି ଏହାର ପ୍ରତିକାର,
ପ୍ରସାରିତ କରି ତୁମ ଶକ୍ତି ଅପାର l
ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା