Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Inspirational

2  

Titi Sarangi

Inspirational

ରୋଜି

ରୋଜି

1 min
6.6K


ରୋଜିର ଆଖି ଭଳି ତ କବିତା

ହଜାରେ ଜୀବନ୍ତ ସ୍ଵପ୍ନ କାଳ କାଳକୁ ସାଇତି ରଖେ

ବାଟର କଣ୍ଟାକୁ ଅଣଦେଖା କରି ।

ହଁ ସେ ଆଶ୍ରୟ ଲୋଡେ ନିରୁତା ଏକ

ଛଳଛଳ ମନର ନିର୍ଭୟ ଆଉ ଦମ୍ଭିଲା ପ୍ରତିଶ୍ରୁତିଟି

ସମ୍ଭାବନାର ଅନେକ ସମ୍ଭାର ଧରି ।

ରୋଜିର ଦେହ ଭଳି ତ କବିତା

ଯା ଦେହରେ ଲେଖାହୁଏ କେଉଁ ଯୁଗର କାହାଣୀ

ଦେହ କଷ୍ଟ ବୋଲି ତା'ର ନଥାଏ,

ହଁ ତା ନରମ ଦେହ ଲହୁଣୀ ଭଳି

ଛିନ୍ ଭିନ୍ କରି ନୁହେଁ ପୂଜାର ଅର୍ଘ୍ୟ କରି ଦେଖ

ସର୍ଜନାର ବିନ୍ଧାଣୀଟି ସିଏ ।

ରୋଜିର ମନ ଭଳି ତ କବିତା

ଯୋଉଠି ସାଇତା ଅଛି ଭାବର ସମୁଦ୍ରଟିଏ

ଢେଉ ତୋଳେ ତା ଓଠ ଛୁଇଁ,

ଝଅଟିଏକୁ ଝିଅ ଭଳି ଦେଖ

ଆଉ କବିତାକୁ କବିତା ଭଳି ଦେଖ ଥରେ

ଅଭୟ ଆଶ୍ରୟର ଯେ ତପୋଭୂଇଁ ।

ରୋଜି ମୋର ଗେହ୍ଲୀ ଝିଅଟିଏ

ତା ମାଆ ଭଳି ଭଲ ପାଇବାରେ ମୁଁ ଚିରକାଳ

ଛୁଆଟିଏ ସାଜି ରହିବାକୁ ଚାହେଁ,

କବିତା ତ କବି ଅନ୍ତରର ସ୍ରୋତସ୍ଵତୀ

କଲମ ଦେଇ ସିଏ ଝରଝର ଝରୁଥାଏ ଅନନ୍ତକାଳ

କୋଉ ଡଷ୍ଟବିନରେ କାଗଜ ସେ ନୁହେଁ


Rate this content
Log in

Similar oriya poem from Inspirational