Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta None

Tragedy Others

2  

Abhakanta None

Tragedy Others

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

1 min
6.7K


ନିରବ କଥନ....

କେତେ କଥା କେତେ ବ୍ୟଥା

ବାଣ୍ଟୁଥିଲେ କାଲି ଯାଏ

ବାକି, ଯା' ସପନ କିଛି

ବାକି ଆୟୁଷରୁ ଖିଏ

ଥାଉଁ, ସବୁ ଭୁଲି ଯାଇ

ନିଶ୍ଚିନ୍ତରେ ଗଲ ଶୋଇ

କା' ସାଥେ ବାଣ୍ଟିବି ହୃଦ

କହିଲ ତ ନାହିଁ ପ୍ରିୟେ !

ବାକି ଆୟୁଷ ଅନ୍ଧାରେ

ଝୁଣ୍ଟିଲେ ଗୋ ପଥଧାରେ

କିଏ ଗୋ କହିବ ଆହା

ନିଚ୍ଛକ ନୟନ ନୀରେ

ରୋଗ, ଶୋକ, ଦୁଃଖେ ସୁଖେ

ଶାନ୍ତି, ତୃପ୍ତି, ଶୋଷ, ଭୋକେ

କେ' ସାଥି ହୋଇବ ? କଲ

ଏକାକୀ ବାଟୋଇ ଟିଏ ।

ତୁମେ କାଟି ଭବ ମାୟା

ଧରିଲ ଅଜଣା ରାହା

ବିଭୁରେ ମିନତୀ ତୁମ

ଆତ୍ମାକୁ ହୁଅନ୍ତୁ ସାହା

ଭୁଲିବ ମୋ ଦୋଷାଦୋଷ

ହେଲେ ମୋ ଆୟୁଷ ଶେଷ

ଅପେକ୍ଷା କରିବ ସାଥି

ଆସିବି ତୁମରି ରାହେ....

(୧୫-୫-୨୦୧୨ ମୋ ଜୀବନ ସାଥୀ "ଆଭା'' ର ପ୍ରାଣହୀନ ଶରୀର ପାଖରେ ବସି ଲୁହ ପିଉଥିଲା ବେଳର ଭାବନା....)


Rate this content
Log in

Similar oriya poem from Tragedy