Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ଆଖିହଜା ସେଇ ନୀଳ ଗଗନରେ

ଆଖିହଜା ସେଇ ନୀଳ ଗଗନରେ

1 min
13K


ଆଖିହଜା ସେଇ ନୀଳ ଗଗନରେ

 

ଆଭାକାନ୍ତ ମହାନ୍ତି

 

ଆଖିହଜା ସେଇ ନୀଳ ଗଗନରେ

       ହଜିବି ଦିନେ ମୁଁ ଯାଇ,

ପୁଣି ଲେଉଟିବି ଧରାତଳେ ନିଶ୍ଚେ

       ଅମୃତ ବିନ୍ଦୁଟେ ହୋଇ । ୦ ।

 

ଯୁଗର ଆୟୁଷ ବଢ଼ିଯାଇଥିବ,

ନୂଆ ରୂପରଙ୍ଗେ କଦର୍ଥନ ଥିବ,

       ଭୁଲିଯାଇଥିବି ଆଜିର ଘଟଣା,

       ନୂତନେ ହୋଇବ ମୋ ଜୀବନ ଟଣା,

ଆଜି ଯେତେ ପ୍ରିୟ ହୋଇବେ ଅଜଣା;

       ଜୀବନର ଚକ୍ର ଏଇ । ୧ ।

 

ମନୁଷ୍ୟବନରୁ ଖୋଜା ମନୁଷ୍ୟତା,

ଆଜିରେ ହୋଇଛି ଆଚାର ସଂହିତା,

       ସ୍ୱାର୍ଥ-ବତି-ତେଜା ସଳିତା ଜଳୁଛି,

       ସମ୍ପର୍କେ ସନ୍ଦେହ ସଦା କୁହୁଳୁଛି,

ପାଖରେ ଥାଇ ବି ଚିଜ ନ ମିଳୁଛି,

       ଅନ୍ୟ ଦୋଷ ଚମକାଇ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in