Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarat Jal

Others

2  

Sarat Jal

Others

ଶୂନ୍ୟବ୍ରହ୍ମ

ଶୂନ୍ୟବ୍ରହ୍ମ

1 min
6.9K



ବଚନ ତୁମର ଜୀବନ ତୁମର

ଏମନ,କରମ ତୁମରି ଲାଗି

ଅର୍ପଣ କରିଛି ପ୍ରଭୁପ୍ରଭୁ ଡାକି

ତୋ ସିଂହଦୁଆରେ ହେବାକୁ ଯୋଗି ॥


ଯୋଗି,ବଇରାଗି,ତ୍ୟାଗି,ଅନୁରାଗି

ରୋଗି,ଭୋଗିଆଦି ଯେତେ ଭକତେ

ତୋର ଦରଶନେ ଚତୁରାକ୍ଷ ମିଳନେ

ଦିବ୍ୟାନନ୍ଦ ଲଭେ ନିମିଷେ ଚିତ୍ତେ ॥


ଦିବ୍ୟନାମ ଦିବାନିଶି ଭଜିଭଜି

ବଡଦାଣ୍ଡେ ଯିବି ନୀଦରେ ଶୋଇ

ଭୋକ,ଉପାସରେ ଭକତ ମେଳରେ

ପ୍ରାଣଗଲେ ଯିବି ଧନ୍ୟ ମୁଁ ହୋଇ ॥


ଅନ୍ୟଗତି ମୋର ତୋ ବିହୁନେ ନାହିଁ

ଶୂନ୍ୟବ୍ରହ୍ମ ତ୍ରିପୁରେ କାଳେକାଳେ

ଅଦୃଶ୍ୟପୟରେ ମହାଶୂନ୍ୟପରେ

ଜଗିବସିଅଛି ସଂଜସକାଳେ ॥


ଶରତ ଚନ୍ଦ୍ର ଜାଲି

ତା;୨୪/୭/୧୮


Rate this content
Log in