Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Abstract

5.0  

BISWESWAR MAJHI

Inspirational Abstract

ଆଠ ଡିସେମ୍ବର-ଦୁଖଦ ମୁହୂର୍ତ୍ତ

ଆଠ ଡିସେମ୍ବର-ଦୁଖଦ ମୁହୂର୍ତ୍ତ

1 min
6.8K


ଶୀତ ସକାଳରେ ଅଦିନ ବରଷା କାହୁଁ ବରଷିଲା ଆସି
ଆଠ ଡିସେମ୍ବର୍ ଓଡିଶା ବାସୀଙ୍କ ମେରୁଦଣ୍ଡ ଦେଲା କସି ।
ଲକ୍ଷ୍ମୀ ଠାକୁରାଣୀ ଶୋଭା ପାଉଥିଲେ କାହୁଁ ଅଲକ୍ଷ୍ମୀ ଆସିଲା
ସୁନା ଶୀରି ପରି ପାଚିଲା ଧାନର ଅଣ୍ଟା କିଏ ଭାଂଗି ଦେଲା ।
ଓଡ ଦେଶ ଏତ ଓଡିଶା ପ୍ରଦେଶ ଚାଷ  ଏଠିକାର ଧନ୍ଦା
ଚାଷ ଉଜୁଡିଲେ ବରଷକ ଯାଏ ଚାଷୀଘର ହୁଏ ମାନ୍ଦା ।
ସରକାର ସାଜେ ସହଜେ ଭଗାରୀ ସହାୟକ ମୂଲ୍ୟ ନାହିଁ
ଅନ୍ନଦାତା ଯଦି ନିରନ୍ନ ରହିବ ଭୋଜନ ମିଳିବ କାହିଁ !
ଜୟ ଜବାନ୍ ଜୟ କିଶାନ୍ ଡାକରା ଡାକରାରେ ରହି ଗଲା
ମଧ୍ୟସ୍ଥ ଦଲାଲ ଧନୀକ ହୁଅଇ ଚାଷୀର କିଲାଭ ହେଲା !
ଧାନ ମୁଗ ବିରି କୋବି କି ବାଦାମ ସବୁ ମାଟିରେ ମିଶିଲା
ଅଦିନ ବରଷା ଚାଷୀ ମେରୁଦଣ୍ଡ ଭାଙ୍ଗି କିଲାଭ ପାଇଲା !
ଲାଗୁଛି ବରଷ ସରିବା ପୂରବୁ ବରଷା ଆସିଛି ଧାଇଁ
ଆଧାର ସଂଯୋଗ କରିବ ନହେଲେ ବରଷି ପାରିବ ନାହିଁ ।
ସହଜେତ ମହାନଦୀ ପାଣି ପାଇଁ ଛତିଶଗଡର ରୋଷ
ମହାନଦୀ ଝର ଶୁଖିଗଲେ ଅବା ଓଡିଆ ପିଇବ ବିଷ ।
ଜାଗରେ ଜାଗରେ ଶୁପ୍ତ ଓଡିଆ ଲଢେଇ ଜଦି ନକର
ଶୁଷ୍କ ମହାନଦୀ ପଠାରେ କରିବ ରହିବା ପାଇଁକି ଘର ।


Rate this content
Log in

Similar oriya poem from Inspirational