Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Romance

3  

Jagabandhu Sahu

Romance

ପ୍ରିୟା ପାଇଁ ଚିଠିଟିଏ

ପ୍ରିୟା ପାଇଁ ଚିଠିଟିଏ

1 min
246


ସୁକୁମାରୀ ମୋର ଗେହ୍ଲେଇ ପ୍ରିୟାଟା

ସଜ ବାଜ କେତେ ହୋଇ

ସାଙ୍ଗ ମେଳେ ମିଶି ଶରତ ସନ୍ଧ୍ୟାରେ

ପୁଚି ଖେଳିଲାଣି ଯାଇ.. ।

କୋଠି କାଟି ଦେଇ ଚଉଁରା ମୂଳରେ

କରୁଛି ସେ ଜହ୍ନି ଓଷା

ଗଢିବ ବୋଲି ଯେ ନୂଆଁ ସଂସାରଟେ

ମନେ ବାନ୍ଧିଲାଣି ଆଶା.... ।

ଟିକିଏ ଫୁଲେଇ ଟିକିଏ ଗେହ୍ଲେଇ

ଏମିତିକା ଝିଅଟିଏ

ପ୍ରଥମ ଦେଖାରେ ମନ କଣି ଥିଲା

ଚଉଁରା ମୂଳରେ ହାଏ.... ।

ଭାରି ସାଧାସିଧା ନିରୀହ ଝିଅଟି

କହିଲା ସେ ଆସି ମୋତେ

ଆଜି ତ ପୁନେଇଁ ସାକ୍ଷୀ ନୀଳ କଇଁ

ହୃଦେ ଦିଅ ସ୍ଥାନ ମୋତେ...।

ଶୁଣି କଥା ତାର ମନ ମୋ ଅସ୍ଥିର

ପ୍ରେମରେ ତୋଳିଲି ଘର

ଫଗୁଣ ଆସିଲେ ହାତ ତୁମ ଧରି

କରିବି ରାଣୀ ମୋହର.... ।

ଦେଇ ତାକୁ କଥା ଫେରିଲି ମୋ ବସା

ସାକ୍ଷୀ ଯେ ପୁନେଇଁ ରାତି

ଶୟନେ ସପନେ ଅବା ଜାଗରଣେ

ଦେଖୁଛି ତାକୁ ମୁଁ ନିତି.... ।

କୁମାର ପୁନେଇଁ କୁଆଁରୀଙ୍କ ଓଷା

ଜହ୍ନ ଯେ ରହିଛି ସାକ୍ଷୀ

ସେଥି ପାଇଁ ଆଜି ମୋ ପ୍ରିୟା ପାଖକୁ

ଲେଖିଲି ଚିଠିଟେ ବସି.... ।


ପ୍ରେମ୍ କବି ଜଗବନ୍ଧୁ ସାହୁ

ଛଞ୍ଚାଣିଆ ପଲ୍ଲୀ ଗଞ୍ଜାମ


Rate this content
Log in

Similar oriya poem from Romance