Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ ଗୀତା- ୭୭
ଜୀବନ ଗୀତା- ୭୭
★★★★★

© Geeta Sarangi

Others

1 Minutes   6.4K    2


Content Ranking

ଜୀବନ ଗୀତା-୭୭
ଏ ଜୀବନ.......
ଅନେକ ଆଶାର ସେ ଆବେଗ
ପୁଣି ଅସରନ୍ତି ଅନୁଭବ ॥୦॥
 
ଆନନ୍ଦ ବିଷାଦ ଆଶା ଓ ନିରାଶା
ଖେଳୁଥାନ୍ତି ଲୁଚକାଳି
କେତେବେଳେ କିଏ ଛାଡି ଚାଲିଯାଏ
କେତେବେଳେ ଗଳାମାଳି
ଯେତେବେଳେ ଯା'ର ଭାରି ହୁଏ ପଲା
ସିଏ ତ ଦେଖାଏ ତା ପ୍ରଭାବ ॥୧॥
 
ବାଦ ପ୍ରତିବାଦ ଭାବ ଓ ଅଭାବ
କାଳକାଳ ଲାଗିଥାଏ
କେତେବେଳେ କିଏ ହାବି ହୋଇଯାଏ
କିଏ ପୁଣି ହଟିଯାଏ
ସୁଖ ହେଉ ଦୁଃଖ ନହୁଅ ବିମୁଖ
ସେ ତ ଜୀବନର ପ୍ରତିବିମ୍ବ ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post

Some text some message..