Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଭୁଲ ମଣିଷ ଭୋଅଟ ପାଇଲେ

ଭୁଲ ମଣିଷ ଭୋଅଟ ପାଇଲେ

1 min
6.8K


ଭୁଲ୍ ମଣିଷ ଭୋଅଟ ପାଇଲେ

 

                                        ପର୍ଶୁରାମ ବିଶ୍ୱାଳ

 

ବୁଝେଇ କହିବୁ ସତେ କି କାଳିଆ ଆମ କେନ୍ଦ୍ର ସରକାର

ଯେମିତି ବି ହେଉ ଆଣିବରେ ସିଏ ନିର୍ବାଚନରେ ସଂସ୍କାର

ଭୁଲ ମଣିଷ ଭୋଅଟ ପାଇଲେ

କି ଲାଭ ହବ ଦେଶର ?

 

ଅସାମାଜିକ ସେ ଚୋର ଡକେଇତ ନେତା ହବା ପାଇଁ ଧାଡ଼ି

ଆଇନ ବଳରେ ସରକାର ସବୁକଥା ଦିଅନ୍ତୁ ସଜାଡ଼ି

ବାଟଟି ନଥିବ ଭୋଅଟେ ଲଢ଼ିବେ

ଘଟାଇବେ କ୍ଷତି କା’ର ।

 

ଭୋଅଟ ଖରଚ ହିସାବଟି ଯାଞ୍ଚ ହେଉ ଆଜି କଡ଼ାକଡ଼ି

ବେହିସାବୀ ହେଲେ କଟୁ ପ୍ରାର୍ଥୀପତ୍ର, ଦିଅ ତାକୁ ହାତକଡ଼ି

ସିମିତି ନହେଲେ ଧନୀ ହାତେ ଥିବ

ଗରିବର ଭାଗ୍ୟଡୋର ।

 

ବୁଝେଇ କହିଦେ ଭୋଟର ଭାଇଙ୍କି ନନେଉ ଗୋଟିଏ ଟଙ୍କା

ଠିକ୍ ଲୋକକୁ ମୋହର ବାଡ଼େଇ ତାଙ୍କ ମୁହଁ କରୁ ବଙ୍କା

ନହେଲେ କାନ୍ଦିବ ପାଞ୍ଚବର୍ଷକାଳ

ଶୁଖିବନି ଲୁହଧାର ।

 

ଦେଶପ୍ରେମ ଆଉ ଜାତୀୟତା ଭାବ ଯେ’ ଦଳ ପାଖରେ ଅଛି

ସେ ଦଳ ହାତରେ ଶାସନ ଡୋରିଟା ଦେଉ ସେ ନଭାବି କିଛି

ଶ୍ରେଷ୍ଠର ମାନ୍ୟତା ପାଇବ ଏ ଦେଶ

ଦେଖିବ ଏଇ ସଂସାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in