ଶଙ୍ଖା ଓ ସିନ୍ଦୂର
ଶଙ୍ଖା ଓ ସିନ୍ଦୂର
1 min
6.4K
ନାରୀ ପାଇଁ ଅତି ମୂଲ୍ୟବାନ ଶଙ୍ଖା ଓ ସିନ୍ଦୂର
ସମାଜରେ ମିଳିଯାଏ ପରିଚୟ
ଟୋପାଏ ସିନ୍ଦୂର ଆଉ ଦୁଇପଟ ଶଙ୍ଖା
ଆରମ୍ଭ କରେ ସେ ସମ୍ପର୍କ ନୂଆ
ବାପଘରକୁ ଛାଡି ଆସେ ଶାଶୁଘର
ଆଖିରୁ ଝରୁଥାଏ ସମସ୍ତଙ୍କର ଲୁହ
ବାପା ମା ଭାଇ ବନ୍ଧୁ ଛାଡି
ଶାଶୁଘରକୁ କରେ ସେ ମନ୍ଦିର ପରି
ପାଦରେ ଅଳତା ଦେହରେ ନାଲି ଶାଢ଼ୀ
ସତେକି ଦେବୀ ମା ପରି
ଶାଶୁ ଓ ଶଶୁର ତାହା ପାଇଁ ଦେବତା
ଛୋଟ ପିଲାକୁ କରେ ସ୍ନେହ ଶରଧା
ନାରୀ ପାଇଁ ଏ ସବୁ ଲୋଡ଼ା
ପରିବାର ସବୁଠାରୁ ମୂଲ୍ୟ ପରା....
ପ୍ରମିଳା ସାହୁ