Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Drama

3  

Raja Sekhar CH V

Drama

ଆଗମନ କରିଲେ ବର୍ଷାରାଣୀ

ଆଗମନ କରିଲେ ବର୍ଷାରାଣୀ

1 min
11.8K


କେତେ କଷ୍ଟକର ହେଲାଣି ଖରାର କାହାଣୀ,

ଦୁଷ୍କର ଦୁଃସାଧ୍ୟ ହେଲାଣି ଉତ୍ତାପରେ ରହଣି,

ଗ୍ରାମ ନଗରୀରେ ହେଲା ମେଘ ପାଇଁ ଚାହାଣି,

ଝୁମିଝୁମି ଆଗମନ କରି ନାଚିଲେ ବର୍ଷା-ରାଣୀ |୧|


ଘନଘନ ମେଘ ଟାଣିବାରେ ଯିଏ ଅତ୍ୟନ୍ତ ଗୁଣି,

ଛମଛମ ଟପଟପ ଧ୍ୱନି ଦିଏ ବର୍ଷାପାଣିର ବାଣୀ,

କଳକଳ ଝର୍ଝର ନାଦ କରିଲେ ନିର୍ଝର ନିର୍ଝରିଣୀ,

ଜଳପୂର୍ଣ୍ଣ ହୋଇ ଆନନ୍ଦ ଲାସ୍ୟ କରନ୍ତି ପୁଷ୍କରିଣୀ |୨|


ତଟିନୀରେ ଜଳକେଳି କରନ୍ତି ହୋଇ ତରୁଣୀ,

ବର୍ଷା-ରାଣୀ ସର୍ବଦା ସର୍ବଜନଙ୍କର ମଉଡମଣି,

ଅନବରତ କରି ହେବ ତାଙ୍କର ସ୍ତୁତି ବିବରଣୀ,

ମୌସୁମୀରେ ଚାଲୁ ରଖନ୍ତି ନିଜ ସମୟ ସାରଣୀ |୩|


ଜଳଚକ୍ରର ସୁଚାରୁ ଚଳନରେ ଯିଏ ସଦା ଲୟ-କାରିଣୀ,

ପ୍ରାଣଦାୟକ ପେୟ ଜଳଦାତ୍ରୀ ଦ୍ୱାରା ଯିଏ ସଦାଚାରିଣୀ,

ଏହି ଦୁନିଆର ସମସ୍ତ ଜୀବଜନ୍ତୁ ସର୍ବଜନ ତାଙ୍କର ଋଣୀ,

ବର୍ଷା-ରାଣୀଙ୍କ ହାତେ ଚିରହରିତ ସଜଳ ରହୁଛି ଧରଣୀ |୪|


Rate this content
Log in