ସ୍ନେହ ଓ ମମତା
ସ୍ନେହ ଓ ମମତା
ସ୍ନେହ ଓ ମମତା ଏମିତି ଦରବ
ତା ଆଗେ ସକଳ ନ୍ୟୁନ
ମିଳି ଯାଏ ସବୁ ଆଗ୍ରହରେ ଯିଏ
ଅନ୍ତରେ ଦିଅଇ ସ୍ଥାନ
ଏମିତି ପଥିଟେ ସଭିଙ୍କର ପାଇଁ
ଖୁସିରେ କଲେ ସେବନ
ଗର୍ବ ଅହଙ୍କାର ପରି ଚିର ଶତୃ
ସହଜେ ହୁଏ ଦମନ
ଶତୃକୁ ସଙ୍ଗାତ କରଇ ସହଜେ
ଯୋଡଇ ଭଙ୍ଗା ସଂସାର
ଅନୁରୋଧ ମୋର ହେ ଭାଇ ଭଉଣୀ
ଖୁସିରେ ଗ୍ରହଣ କର
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©