Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୯୨

ଜୀବନ ଗୀତା-୨୯୨

1 min
287


ଜୀବନର ଅଙ୍ଗେନିଭା କଥା

ପରୀ କାହାଣୀଠୁଁ ବି ସୁନ୍ଦର

ଚାନ୍ଦ ତୋଳି ପାରେନାହିଁ ସିନା

ମାଟି ପାଣିରେ ଗଢା ଶରୀର ॥୦॥

ଖଣ୍ଡାର ଧାରରେ ଚାଲୁଚାଲୁ

କେବେ ପାଇଯାଏ ଫୁଲଟିଏ

ଫୁଲଟିକୁ ଟିକେ ଛୁଉଁଛୁଉଁ

କେତ କଣ୍ଟା ହାତେ ଫୁଟିଯାଏ

ଲହୁ ଲୁହାଣ ଜୀବନ କଥା

ଅଟେ ସେତ ଭଙ୍ଗା ହୃଦୟର ॥୧॥

ପ୍ରେମର ବାଜିରେ ହାରୁହାରୁ

କେବେପୁଣି ସିଏ ଜିତିଯାଏ

ଉପହାର ପାଇଁ ବୁଲ୍​ବୁଲ୍​

ପ୍ରେମିକ ଟିକୁ ବଚନ ଦିଏ

ସାଦା ଗୋଲାପ ରଙ୍ଗାଇବାକୁ

ବୁହାଇ ଦିଏ ରକ୍ତର ଝର ॥୨॥



Rate this content
Log in

Similar oriya poem from Inspirational