Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Bhunya

Others

3  

Prasanta Bhunya

Others

ନ୍ୟୁୟର୍କ : ଦି ସିଟି

ନ୍ୟୁୟର୍କ : ଦି ସିଟି

1 min
6.7K


ବୁଲି ବାହାରିଲି ଝଡ଼ି ବରଷାରେ

ଦେଖିବି ସହର ଏଇ।

ପିଲାଟି ଦିନରୁ ନା ଶୁଣିଶୁଣି

ମନେ ରଖିଥିଲି ମୁହିଁ॥

ପହଞ୍ଚିଲି ଯେବେ ଲିବର୍ଟି ପାର୍କରେ

ବରଷା ପାଛୋଟି ନେଲା।

ସରସର କରି ତନୁମନ ମୋର

ସହର ଦେଖାଇ ଦେଲା॥

ଆହା କି ସୁନ୍ଦର ଅଟ୍ଟାଳିକା ମାଳ

ଧାଡ଼ି କି ଧାଡ଼ି ସେ ମେଳା।

ଏପଟେ ବରଷା ସେପଟେ ମୋ ଆଶା

ଦେଖିବି ସହର ଲୀଳା॥

ଆସ ଆସ ବନ୍ଧୁ ଦେଖ ମୋ ଆଖିରେ

ଆମେରିକାର ସହର।

କେତେ କାଳୁ ଠିଆ ଇତିହାସ ସହ

ରହିବ କେତେ ଯୁଗର॥

-ପ୍ରଭୂ


Rate this content
Log in