Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ଶ୍ରେଷ୍ଠ ପରିବାର

ଶ୍ରେଷ୍ଠ ପରିବାର

1 min
332


ଅଯୋନି ସମ୍ଭୁତ ଆହେ ଗଣନାଥ

ବିଶାଳ ତୁମର ରୂପ

ମୂଷିକ ବାହାନେ ପୂଜା ପାଉଅଛ

ଜାଣେ ନାହିଁ ତୁମ ଜପ l


ଅଗ୍ରେ ପୂଜ୍ୟ ଆହେ ପାର୍ବତୀ ନନ୍ଦନ

କାର୍ତ୍ତିକେୟଙ୍କର ଭ୍ରାତ

ବିଦ୍ୟା ବୁଦ୍ଧି ଜ୍ଞାନ ସୁଖ ପ୍ରଦାୟକ

ମାତୃ ପିତୃଙ୍କର ଭକ୍ତ l


ହସ୍ତୀ ମୁଖ ତୁମ ଅତ୍ୟନ୍ତ ସୁନ୍ଦର

ସିନ୍ଦୁର ଶୋଭିତ ବେଶ

ଜ୍ଞାନର ଭଣ୍ଡାର ହେ ଲମ୍ବୋଦର

ଫେଡ଼ ସଂସାରର କ୍ଳେଶ l


ତୁମ ପରିବାର ଶ୍ରେଷ୍ଠ ପରିବାର

ଜଗତେ ଅଟେ ବିଖ୍ୟାତ l

ମୂଷା ସର୍ପ ମୟୁର ବୃଷଭ ବ୍ୟାଘ୍ର ସିଂହର

ମିଳନ ଅଟେ ଅଦଭୂତ l


ଖାଦ୍ୟ ଖାଦକ ଏକାଠି ଅଛନ୍ତି

ତୁମ ପରିବାରରେ

ବନ୍ଧୁ ପରି ସର୍ବେ ସୁଖରେ ରହନ୍ତି

ବାର୍ତ୍ତା ଦେଲ ମର୍ତ୍ୟରେ l


ବିଘ୍ନବିନାଶକ ଅଭୟ ଦାୟକ

ଆହେ ଗଉରୀ ନନ୍ଦନ

ତୁମରି ଆଶିଷ ପାଇବା ପାଇଁ

କରନ୍ତି ତୁମ ପୂଜନ l


ଦୁବ ଫୁଲ ଫଳେ ତୁମକୁ ପୂଜନ୍ତି

ଦୟା ସଦା ରଖିଥିବ

ପୃଥିବୀର ଦୁଃଖକଷ୍ଟ ଦୂରକରି

ସୁଖଶାନ୍ତି ଭରିଦେବ l  



Rate this content
Log in