କଣ କରିବି
କଣ କରିବି
ସତ କଥା ପଦେ କହିଦେଲେ ଏଠି
ମନରେ ଲାଗୁଛି ନିଆଁ
କେତେକ ବୁଝାଇ ଦେଉଛନ୍ତି ମୋତେ
ବଦଳିଲାଣି ଦୁନିଆଁ
ସେମାନଙ୍କକ ମତ ଯାହା କହୁଅଛ
କୁହ ତା ହାଲୁକା କରି
ହେଲେ ମୁଁ ଭାବୁଛି ସତ କହିବାଟା
ହାଲୁକା ହେବ କିପରି???
ବାପା କହୁଥିଲେ ସତ ଚାପିଦେଲେ
ମିଛ ହୋଇଯିବ ଭାରି
ତେବେ କୁହ ବନ୍ଧୁ କା’ କଥା ମାନିବି
କାହାକୁ ନେବି ଆଦରି???
ଚିତ୍ତ ରଞ୍ଜନ ଲେଙ୍କା (କଟକ)©