Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

2  

Neelima Nivedita Behera

Others

ଦୂରତା ସେଦିନ ବି ଥିଲା

ଦୂରତା ସେଦିନ ବି ଥିଲା

1 min
6.9K


ଦୂରତା ତ ସେଦିନ ବି ଥିଲା

ତୁମ ମୋ ଭିତରେ;

ତୂଳି ଧରି ତୁମେ ଧୂରୀଣ ଚିତ୍ରକରଟିଏ ପାଲଟିଲାବେଳେ

ନିରୁତା ପ୍ରେମିକା ସାଜି

ବଞ୍ଚୁଥିଲି ମୁଁ ତୁମ ହାତଅଙ୍କା ପ୍ରତ୍ୟକଟି ଚିତ୍ରରେ...

ଦୂରତା ତ ସେଦିନ ବି ଥିଲା

ତୁମ ମୋ ଭିତରେ;

ଚାହାଣୀରେ ମୋତେ ତୁମେ ବାରବାର କ୍ଷତାକ୍ତ କଲାବେଳେ

ନିଶବ୍ଦ ପ୍ରେମିକା ସାଜି

ପିଉଥିଲି ମୁଁ ଲୁହ ସବୁକୁ ଚୁପଚାପ ନୀରବରେ...

ଦୂରତା ତ ସେଦିନ ବି ଥିଲା

ତୁମ ମୋ ଭିତରେ;

ହିସାବ ପରିଧିକୁ ଛୁଇଁ ତୁମେ ଅଚୁକ ବନ୍ଧୁଟିଏ ହେଲାବେଳେ

ବେହିସାବୀ ପ୍ରେମିକା ସାଜି

ଛୁଇଁ ଚାଲିଥିଲି ମଳୟକୁ ମୁଁ ବିନା ବସନ୍ତ ଋତୁରେ...

ଦୂରତା ତ ସେଦିନ ବି ଥିଲା

ତୁମ ମୋ ଭିତରେ;

ସାମାଜିକ ପ୍ରତିବଦ୍ଧତାରେ ତୁମେ ପେଶି ହେଉଥିଲା ବେଳେ

ବେଫିକର ପ୍ରେମିକା ସାଜି

ଶବ୍ଦ ଇମାରତମାନ ଗଢି ଚାଲିଥିଲି ବିନା ବ୍ରେକରେ...

ଦୂରତା ତ ସେଦିନ ବି ଥିଲା

ତୁମ ମୋ ଭିତରେ;

ସଂସାର ସୀମାକୁ ସହଜେ ତୁମେ ଡେଇଁ ପାରୁନଥିବା ବେଳେ

ପାଗଳିନୀ ପ୍ରେମିକା ସାଜି

ଜିଇଁ ଚାଲିଥିଲି କଳ୍ପିତ ଜୀବନ ମୁଁ ସ୍ଵପ୍ନରେ ସ୍ଵପ୍ନରେ...

ଦୂରତା ସେଦିନ ବି ଥିଲା...ଆଜି ବି ଅଛି....

ନୂଆ କଥାଟା କ'ଣ ହେଲା ଯେ ?

ଦୂରେଇ ଗଲ ତୁମେ ଆଉଥରେ

ଇତିହାସକୁ ଦୋହରାଇ

ଭିଜୁଥିଲି ମୁଁ ପୁଣିଥରେ ପ୍ରେମିକା ସାଜି ନିଜପଣରେ...

ଏଇଆ ତ !!! 


Rate this content
Log in