ହାତପାଇଟିକି କିଆଁ କରୁ ତୁ ଘୃଣା ?
ହାତପାଇଟିକି କିଆଁ କରୁ ତୁ ଘୃଣା ?
ହାତପାଇଟିକି କିଆଁ କରୁ ତୁ ଘୃଣା ?
ପର୍ଶୁରାମ ବିଶ୍ୱାଳ
ନନ୍ଦିଘୋଷେ ଡାକି କହେ କଳାକହ୍ନେଇ
ରେ ଓଡ଼ିଆ ! ତୁ କି ନିଦେ ପଡ଼ିଲୁ ଶୋଇ ?
ଜାଭା, ସୁମାତ୍ରା ବେପାର ଭୁଲି କି ଗଲୁ କୁମର
କାଲି ଥିଲୁ କାହିଁ, ଆଜି ଅଛୁ ତୁ କାହିଁ ?
ବୃଥା ଦମ୍ଭ-ଅହଂକାର ଦେଖାଉଛୁ ପୁଅ ମୋର
ହାତପାଇଟିକି କିଆଁ କରୁ ତୁ ଘୃଣା
ହାତଗୋଡ଼ ଥିଲେ ତୋର ଅଭାବଟି ହବ ଦୂର
ଓଡ଼ିଶା ମାଟିରେ ଫଳେଇବୁ ତୁ ସୁନା
ହସିବ ତୋ ପରିବାର ହସିବ ମୋ ଶ୍ରୀମନ୍ଦିର
ହସୁଥିବ ଏ ଓଡ଼ିଶା ଦେଖିବି ମୁହିଁ ।
ଇଏ ଚାଷୀଭାଇ ଦେଶ ପାଠ ପଢ଼ି କର ଚାଷ
ଆମ୍ବ, କଦଳି, ନଡ଼ିଆ, ଚିନାବାଦାମ
ମାଛପୋଖରୀ କରିବୁ ପାଖେ କୁକୁଡ଼ା ରଖିବୁ
ତା ସାଥେ କରିବୁ ଚାଷ ଧାନ, ଗହମ
ଅଭାବ ତୋ ରହିବନି ଗରିବ କେ’ କହିବେନି
କେନ୍ଦ୍ର ବିଶ୍ୱ ଦୁଆରକୁ ଯିବୁନି ଧାଇଁ ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****