Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ବାଦଲ ଫାଙ୍କେ କିଏସେ ଡାକେ

ବାଦଲ ଫାଙ୍କେ କିଏସେ ଡାକେ

1 min
6.8K


ବାଦଲ ଫାଙ୍କେ କିଏସେ ଡାକେ

 

ଆଭାକାନ୍ତ ମହାନ୍ତି

 

ବାଦଲ ଫାଙ୍କେ            କିଏସେ ଡାକେ

       କିଏସେ... କିଏସେ... କିଏସେ...?

ଜାଣିଲିଣି ମୁହିଁ            ନୁହେଁ ଆଉ କେହି

       ଜାଣ କି ତୁମେ ତା ନାଆଁ ?

ସେ ପରା ଢଳଢଳ ଛଳଛଳ,

       ଆଖି ତା ସତେ କି ନୀଳକମଳ!

ଆଙ୍ଗୁଳି ତା'ର ଚମ୍ପାକଢ଼ି ପ୍ରାୟେ,

       ବର୍ଣ୍ଣ ତା ଆଉଟା ସୁନା । ୦ ।

 

ଝରଇ ଝରଝର ଅବିରଳ,

ହସ ତା ସତେ କି ମହୁର ଝର,

ଆଖିର ଇସାରା କରୁଥାଏ ହେଳେ,

       ଦାମ୍ଭିକ ହୃଦୟ ଚୂନା । ୧ ।

 

ସର୍ବଦା ଥିରିଥିରି ଝରିଝରି,

ଆସେ ମୋ ମନ-ଝରକା ଠେଲି,

ଏବେ କୁହ, ତୁମେ ଚିହ୍ନିଲ କି ତାକୁ ?

       ନାଆଁଟି ତା'ର ଜୋଛନା । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in