Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

3  

Arun Kumar Mitra

Others

ବିଶ୍ଵସମ୍ରାଟ ଶ୍ରୀ ଜଗନ୍ନାଥ ଓ ତାଙ୍କ ରାଜଧାନୀ

ବିଶ୍ଵସମ୍ରାଟ ଶ୍ରୀ ଜଗନ୍ନାଥ ଓ ତାଙ୍କ ରାଜଧାନୀ

1 min
6.7K


ବିଶ୍ଵସମ୍ରାଟ ଶ୍ରୀ ଜଗନ୍ନାଥ ରାଜଧାନୀ ଉତ୍କଳ

ଶ୍ରୀକ୍ଷେତ୍ର ପୁରୀ ବାସଗୃହ ତାଙ୍କ ପାଖ ସମୁଦ୍ର କୂଳ  ।

ସୁଜଳା ସୁଫଳା, ଶସ୍ୟ ଶ୍ୟାମଳା, ଚିରହରିତ ବଣ

ମୃତ୍ତିକା ତଳେ ଭରି ରଖି ଦେଲେ, କେତେ ଅମୂଲ୍ୟ ଧନ  ।

ସ୍ନିଗ୍ଧ ପବନ, ସୁଶୀତଳ ଜଳ, କେଢେ ସୁଗଭୀର ନଈ

ସୁସମତଳ ଏଠାରେ ଭୂତଳ କେଢେ ଉର୍ବର ଭୂଇଁ  ।

ପାହାଡ଼ ଉପରୁ ଝରଝର ଝରେ ସୁନ୍ଦର ଝରଣା

ନୀଳ ଅମ୍ବର, ଅତି ମନୋହର, ବର୍ଣ୍ଣାଳୀ ବରଣା  ।

ନିଦ ଭାଙ୍ଗେ ଏଠି କୂଜନ ଶବ୍ଦେ ନୂଆ ଆଲୋକର ପରଶେ

ନ ଅତି ଉଷ୍ଣ ନ ଅତି ଶୀତଳ ନ ଅତି ପ୍ରବଳ ବରଷେ  ।

କେତେ ଦେଶ ପ୍ରେମୀ, ଜ୍ଞାନୀ ଗୁଣୀ କେତେ, ବିଦ୍ଵାନ ପଣ୍ଡିତ

ଲଭିଲେ ଜନମ ହଜାର ଭକତ, ଶତଶତ ଦେବଦୁତ  ।

ଆଧ୍ୟାତ୍ମିକ ଚେତନା ଦେଲେ ସେ ସଭିଙ୍କ ଅନ୍ତରେ

ସ୍ନେହଶୀଳ ପିତା ବିଶ୍ଵଦେବତା ରହିକି ଅନ୍ତରାଳେ  ।

ଧନ୍ୟ କଲେ ସେ, ଉତ୍କଳ ଭୂମି ଆମେ ତାଙ୍କ ପାଦ ତଳେ

ତାଙ୍କରି ଆଶିଷ ଦ୍ଵିହାତ ଉଜାଡ଼ି ଆମକୁ ଭରାଇ ଦେଲେ  ।

ସହସ୍ର କୋଟୀ ଜଣାଇ ପ୍ରଣାମ ଦିଅ ଠାଇଁ ପାଦତଳେ

ଯୁଗେ ଯୁଗେ ଆସ ଅବତାର ରୂପେ ଆମରି ଏ ଉତ୍କଳେ  ।


Rate this content
Log in