Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Tragedy

3  

Shiba Charan Mahapatra

Tragedy

ଆଉ କେତେଦିନ

ଆଉ କେତେଦିନ

1 min
198


କେତେଦିନ ଆଉ ଝରୁଥିବ କୁହ

ତପ୍ତ ଶୋଣିତ ଲୁହ

କେତେଦିନ ଆଉ ଗୋପନେ ଚାପିବ 

ଅସହ୍ୟ ବେଦନା କୋହ ।


କେତେଦିନ ଆଉ ପ୍ରସ୍ତର ପରାୟ 

ସହୁଥିବ ଅଗ୍ନି ଜ୍ୱାଳା 

କେତେଦିନ ଆଉ ନୀରବେ ଦେଖିବ

ନାରକୀୟ ହିଂସ୍ର ଲୀଳା ।


କେତେଦିନ ଆଉ ଶୋଭାଯାତ୍ରା ନେଇ

କରୁଥିବ ହରତାଳ 

ନୀଳକଣ୍ଠ ସାଜି ପିଉଥିବ ନିତି 

ଦୁଷ୍କର୍ମ ଘନ ଗରଳ ।


ଅନ୍ଧାରେ ଏବେ ନ୍ୟାୟିକ ବ୍ୟବସ୍ଥା 

ସରକାର ଅନ୍ଧ ମୁକ 

ଜନତା ବାପୁଡା କେତେ ଶୋଇବୁ'ରେ

ଆଖି ଖୋଲି ବାରେ ଦେଖ ।


ସମ୍ବିଧାନ ଫର୍ଦ୍ଦ ଢାଲ କରି ଦୋଷୀ 

କୋହଳ କରୁଛି ଦଣ୍ଡ 

କିଏ ଜାଣେ କେତେ ନିର୍ଭୟା ପ୍ରିୟଙ୍କା 

ଗଡାଇବେ ଆଉ ମୁଣ୍ଡ ।


ଜାଗ ଜାଗ ଏବେ କ୍ରାନ୍ତିକାରୀ ଜନ

ଜାଗି ଉଠୁ ଐକ୍ଯ ବାଣ

ଜାଗ୍ରତ କରି ଚିନ୍ତା ଚେତନା

ଲେଖ ନୂଆ ସମ୍ବିଧାନ ।


ତୋ' ହାତେ ସକଳ ଶକତି ଗଚ୍ଛିତ 

ଉପଯୋଗ କର ଏବେ

ବେଳ ହୁଁ ବାନ୍ଧ ତୋ' ସୁରକ୍ଷା ବଳୟ 

ସଂସାରେ ରହିବୁ ଯେବେ ।


Rate this content
Log in