ସ୍ଵପ୍ନ
ସ୍ଵପ୍ନ
1 min
6.2K
ଜୀବନର ଦୋଛକିରେ
ଅଜଣା ବାଟୋଇଟେ ପରି
ଧରିନିଏ ହାତ ମୋର
କେବେ ହସାଏ
କେବେ ରୁଷି ଯାଇ କନ୍ଦାଏ
କେବେ ପୁଣି ହଜିଯାଏ
ଛାଡ଼ି ଚାଲିଯାଏ
କେବେ ଆସି ମିଳିଯାଏ
କୋଉ ଜଣା କି ଅଜଣା ଘାଟରେ
ପାଏନି ତା ପରିଚୟ
ମରୀଚିକା ପଛେପଛେ
ସମୟଟା ସରିଯାଏ
ସେଇ ଅଜଣା ବାଟରେ ||