Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

2  

Prasanna Kumar Madala

Inspirational

ପହଲି ରଜ

ପହଲି ରଜ

1 min
7.0K


(ଶିଶୁ କବିତା )

ଆସରେ ସାଙ୍ଗ ହୋଇବା ସଜ

ଆସିଛି ଏବେ ପହଲି ରଜ

ବହୁତ ହେଲା ଖରା ,

ଗଡିଆ ନଈ କୂଅରୁ ପାଣି

ସୂରୁଯ ତାତି ନେଇଛି ଟାଣି

ଶୁଖିଲା ଆମ ଧରା ।

ଆକାଶେ ଦେଖ ଦିଶୁଛି ମେଘ

ପବନ ତା'ର ବଢାଇ ବେଗ

ବରଷି ଦେଲେ ମଜା ,

ଦେଇଛି ଚଷା ବିହନ ବୁଣି

ଗାଧୋଇ ସାରି ମାଟି ମା' ପୁଣି

ଧରେଇ ଦେବ ଗଜା ।


ଶୀତଳ ହେଲେ ତତଲା ଭୂଇଁ

ଖେଳିବା ଆମେ ସଭିଙ୍କୁ ଛୁଇଁ

ନଥିବ ଆଉ ଡର ,

ବହିବ ପାଣି ଦାଣ୍ଡର ନାଳେ

କାଗଜ ଡଙ୍ଗା ଭାସିବ କାଳେ

ଚାଲିବ ସରସର ।

ବଡଙ୍କୁ ଆମେ ଜୁହାର କରି

ଆଶିଷ ନେବା ପାଦକୁ ଧରି

ଖେଳିବା ରଜ ଦୋଳି ,

ମାଆ ତା' ହାତେ ବତୁରା ବିରି

ପେଷିକି କଲେ ପିଠା ଓ ଖିରି

ଖାଇବା ମନ ଖୋଲି ।

ପରବ ଏହି ବରଷେ ଥରେ

ପାଳନ ହୁଏ ଓଡ଼ିଆ ଘରେ

ମିଳଇ ଖୁସି କେତେ ,

ବରଷା ରାଣୀ ଢାଳିଲେ ପାଣି

ଗଛ ଉଠିଲେ ନଦେବା ହାଣି

ଶପଥ କର ଏତେ ।



ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩

ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in

Similar oriya poem from Inspirational