Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

4  

Shiba Charan Mahapatra

Others

ପଢିବାର ଅଛି

ପଢିବାର ଅଛି

1 min
417




ପଢିବାର ଅଛି ଅନେକ କିଛି... 

ବିଦୀର୍ଣ୍ଣ ପୃଥିବୀ ର ରାସାୟନିକ ମନ

ମନ ତଳ ଗୁପ୍ତ ଷଡଯନ୍ତ୍ର ର କାରଣ..

ଉଲଗ୍ନା ଜହ୍ନ ର ଚିହ୍ନ 

ଚିହ୍ନ ତଳେ ଉତ୍କ୍ଷିପ୍ତ ମନ୍ତ୍ର ମାନଙ୍କର 

ସମାହିତ ନୀତି ନିୟମ 

ଉଚାଚିତ ରାଣ..

ପଢିବାର ଅଛି..

 

ପଢିବାର ଅଛି.. 

ତାତ୍ତ୍ବିକ ତାଳପତ୍ର ରେ

ଇଛା ଧାରୀ ଶ୍ଳୋକ ମାନଙ୍କ ଦ୍ଵାରା 

ଫୋଡି ହେଇଯାଉଥିବା ସମାଜ 

ସମାଜ ତଳ ର ଚକ୍ରବ୍ୟୁହ..

ସମସ୍କନ୍ଧ ହେଇ ଚାଲୁଥିବା 

ପୋଥି-ପୁରାଣ-ଗୀତା-ବାଇବେଲ-

କୋରାନ ମାନଙ୍କର 

ଆଶା ଆକାଙ୍କ୍ଷା ଆଉ

ଶିଶିର ଭିଜା ମୋହ..

ପଢିବାର ଅଛି..

 

ପଢିବାର ଅଛି.. 

ଲାଲ୍ ଟହଟହ ସୂର୍ଯ୍ୟ ର ପିଠି

ସେ ପିଠି

ମନ୍ଦାର ଫୁଲ ର ନା କୃଷ୍ଣଚୂଡା ର

ବ୍ୟର୍ଥ ମନୋରଥ କାମନା ରଙ୍ଗ... 

ପ୍ରଜାପତି ଡେଣା ପିନ୍ଧା ଆଖି ମାନେ

ଟୁକ୍ ଟୁକ୍ ଚାହିଁ 

ଶିରଛେଦ କରି 

ବାରମ୍ବାର କାଇଁ ବଦଳାନ୍ତି ଦିଗ..

ପଢିବାର ଅଛି..

 

ପଢିବାର ଅଛି.. 

ତତଲା ଦେହର ମାଟିରେ 

ଭୂଗୋଳ ଆଙ୍କିବା ର ସୁଖ

ଅବଚେତନ ସାଗର ର ନୀରବତା..

କିଆ ଗହୀରି ର ବିସ୍ତୀର୍ଣ୍ଣ ହୃଦୟରେ

ସାଧବ ବୋହୂ ର 

ଭିଜା ଭିଜା କେତେ କଥା..

ପଢିବାର ଅଛି..

 

ପଢିବାର ଅଛି.. 

ଗ୍ରନ୍ଥ ଛାତିରେ ଲିପିବଦ୍ଧ 

ଅସହିଷ୍ଣୁ କାହାଣୀ ର ବାହାର ଦୁନିଆ..

ମିଆଦ ବିହୀନ ଜୀବନ ରେ

ବେଲଗାମ ଜଳୁଛି 

ଯେବେ ଭୋକିଲା ନିଆଁ.. 

ଖୁବ୍ ଶୀଘ୍ର ପଢିବାର ଅଛି.. 

ବାକି ବୟସରେ ଆହୁରି ଅନେକ କିଛି.. 


×-×-×-×-×-×-×-×-×-×-×

ଶିବ ଚରଣ ମହାପାତ୍ର 

ଚକ୍ରଧରପୁର : କେନ୍ଦୁଝର


Rate this content
Log in