Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Romance Tragedy

5.0  

Writer Roja Panda

Romance Tragedy

ପ୍ରିୟା ରେ

ପ୍ରିୟା ରେ

1 min
242


ମୃତ୍ୟୁ ପରେ ଯଦି ମଶାଣି ଭୁଇଁରେ ପାଉଁଶ ମୁଁ ହେଇଯାଏ

ଖୋଲା ଆକାଶରେ ମୋ ଆତ୍ମା କହିବ ମୁଁ ତୁମକୁ ଭଲପାଏ ।

ପୋଡା ହୃଦୟକୁ ନେଇ ବାନ୍ଧିଲି ସଡକ ତୁମରି ପାଇଁ

ସେଇ ସଡକରେ ପ୍ରୀତିର ଜୋଛନା ବୁଣି କାହିଁ ତମେ ତ ଆସିଲନାହିଁ ।

ମୋ ମନ ଆକାଶର ଜହ୍ନ ପରା ତୁମେ ଆଉ ନ ଦେଉଛ ଦେଖା

ମୋ ମନ ନଦୀର ତୁଠରେ ତଥାପି ତୁମରି ଚରଣ ରେଖା ।

ନଦୀ ବହିଯାଏ କାହାକୁ ନ ମାନି ସାଗରେ ମିଶିବା ପାଇଁ

ମୁଁ ଧାଇଁଥିଲି କା କଥା ନଶୁଣି ତୁମକୁ ପାଇବା ପାଇଁ ।

ତୁମକୁ ତ ଆଉ ପାଇପାରିବିନି ରହିବି ତୁମର ହୋଇ

ହୃଦୟେ ମୋହର ତୁମ ପ୍ରତିଛବି ଆଖିରେ ମୋ ତୁମ ଛାଇ ।

ଛାଇ ସିନା ସଞ୍ଜ ନଇଁଲେ ଲିଭିବ, ଯିବ ପୁଣି ଦୂର ହୋଇ

ଅମର ହୋଇ ମୋ ଛାତି ତଳେ ତୁମେ ଥିବ ଚିରଦିନ ପାଇଁ ।


Rate this content
Log in