Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Romance Inspirational

3  

Writer Roja Panda

Romance Inspirational

ଜୀବନ୍ତ ଦେବୀ

ଜୀବନ୍ତ ଦେବୀ

1 min
352



ମାଆ ଅଟେ ପରା ମମତା ମନ୍ଦିର

ତା ପଣତେ ବନ୍ଧା ସାରା ସଂସାର

ତାର ସ୍ନେହ ଭୁଲି ମଣିଷ ଖୋଜୁଛି

ଇଟା, ପଥରରେ ଗଢ଼ା ହୋଇଥିବା

ଅଢେଇଦିନିଆ ସ୍ବର୍ଣ୍ଣ କୁଟୀର ।

ହେଇ ପାରିବକି ସେ ସ୍ୱର୍ଣ୍ଣ କୁଟୀର 

ମାଆର ପଣତ ପରି କୋମଳ

କିବା ଥିବ ସେଠି ନରମ ,ମଧୁର

ବାଦ୍ୟଯନ୍ତ୍ର ପରି ସେନେହରେ ଭରା 

ମାଆ କଣ୍ଠ ସ୍ୱର ଆଉ ଝଙ୍କାର ।

ଥିବ ସିନା ତୁମ ପ୍ରାଚୁର୍ଯ୍ୟ କାନ୍ଥରେ

ଭଳି ଭଳି ଚିତ୍ରପଟ କାହାର

ପାଇବନି କିନ୍ତୁ ମାଆ ମୁହଁ ପରି

ସୁନ୍ଦର ,ପବିତ୍ର ,ଚାରୁଚିତ୍ର ଭରା

ନିଷ୍କପଟ ଏକ ଅଙ୍ଗନାବର ।

ପୂଜୁଥାଇପାର ଦୁର୍ଗା,ଉମା,କାଳୀ 

ଯାଉଥାଅ ଯେତେ ତୀର୍ଥ ମନ୍ଦିର

ମାଆ ଠାରୁ ବଡ ଜୀବନ୍ତ ଦେବୀଙ୍କୁ

ଖୋଜିଲେ ବି କେବେ ପାଇବନି ମର୍ତ୍ତେ

ନିରାଟ ସତ୍ୟ ଏ ବେଦର ଗାର ।



Rate this content
Log in

Similar oriya poem from Romance