Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

ପ୍ରତିକୂଳ ପ୍ରତିସ୍ପର୍ଦ୍ଧା

ପ୍ରତିକୂଳ ପ୍ରତିସ୍ପର୍ଦ୍ଧା

1 min
390


ଜୀବନରେ ଆସିବେ ଯିବେ ଯେତେ ଯେ ସ୍ପର୍ଦ୍ଧା,

ଖୋଲାମନ ସହ ପ୍ରତିରୋଧ କରିବାକୁ ହେବ ପ୍ରତ୍ୟେକ ପ୍ରତିକୂଳ ପ୍ରତିସ୍ପର୍ଦ୍ଧା |୧|


ହର୍ଷ କେବେ ଦେବେନି ଯେ ସଙ୍ଘର୍ଷ,

ଉତ୍କର୍ଷ ସ୍ଥାନ ପ୍ରାପ୍ତି ପାଇଁ ବିଷମ ସ୍ଥିତି ସହ ସମ୍ମୁଖୀନ ହୁଅନ୍ତୁ ସହର୍ଷ |୨|


କଷ୍ଟକର ପରିଶ୍ରମ ଦ୍ୱାରା ସୁନିଶ୍ଚିତ ମିଳିବ ପ୍ରତିଷ୍ଠା,

ଆତ୍ମବିଶ୍ୱାସ ବ୍ୟତୀତ ନିଜର କାର୍ଯ୍ୟକୁଶଳତା ପ୍ରତି ରଖନ୍ତୁ ପ୍ରଗାଢ ନିଷ୍ଠା |୩|


ରାମାୟଣରେ ଶ୍ରୀସୀତାରାମ ସହନ କରିଥିଲେ ପ୍ରତିକୂଳ ପରିସ୍ଥିତି,

ମହାଭାରତରେ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ ଜଣେଇଲେ ଯେ ଅସୁବିଧା ନିଏନି କାହାର ଅନୁମତି |୪|


ଲକ୍ଷ୍ମୀପୁରାଣରେ ଜଗାବଳିଆ ହେଲେ ଶ୍ରୀହୀନ,

ମହାଲକ୍ଷ୍ମୀଙ୍କ ଅଭିଶାପରେ ବାର ବର୍ଷ ପର୍ଯ୍ୟନ୍ତ ରହିଲେ କାନ୍ତିହୀନ |୫|


ବିପକ୍ଷ ଅବସ୍ଥା ଯେ ଜୀବନର କ୍ରିୟାତ୍ମକ ପରୀକ୍ଷା,

ଉତ୍ତୀର୍ଣ୍ଣ ହେବା ପାଇଁ ଆତ୍ମଚିନ୍ତନ ସହ କରିବାକୁ ହେବ ସମୀକ୍ଷା |୬|


ପତ୍ୟେକ ପ୍ରତିକୂଳ ପ୍ରତିସ୍ପର୍ଦ୍ଧାରୁ ନିଶ୍ଚୟ ଶିଖନ୍ତୁ ନୀତି କଥା,

ଆସନ୍ତା ସମୟରେ ଆଉ ଅପ୍ରସନ୍ନ ଲାଗିବନି କୌଣସି ନୂତନ ବ୍ୟଥା |୭|


Rate this content
Log in

Similar oriya poem from Inspirational