Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jesu christ Muduli

Comedy

4.8  

Jesu christ Muduli

Comedy

ଭରା କୋଳ

ଭରା କୋଳ

1 min
544


କଦଳୀ କହୁଛି

ହେ କୁନ୍ଦୁରି ଗଣ 

ତୁମେ ଯାଅ ଭଜା ହେଇ...

କୁନ୍ଦୁରି କହଇ 

ଯଦି ମୁଁ ଯିବି 

କାଙ୍କଡ଼ ବି ଯିବ 

ଆମେ ଦୁହେଁ ଦୁଇ ଭାଇ...।

କାକୁଡି କହୁଛି

କଲରା ସୁନ୍ଦରୀ

ତୁମେ ମାର ନାହିଁ ଆଉ ଫୁରି...

ମାଲିକ ମଉସା

ସୋରିଷ ଦେଇକି

କରିବେ ଆଜି ତରକାରୀ....।।

ମୋତେ କାହିଁ କୁହ 

କଲରା କହୁଛି

ନାହିଁ ମୋର ଭଲ ଦେହ...

ଚେକି ଚେକି ହେଇ

କଟା ହେବା ପାଇଁ

କଦଳୀ - କାକୁଡି ଯାଅ ...।।।

କଳି ସବୁ ଶୁଣି

ଝୁଡି କହେ ପୁଣି

ଏମିତି ହୁଅ କିମ୍ପାଇ...

ଏତେ ଦିନ ପରେ

ମୋ କୋଳ ପୁରିଛି

ଭରିଛି ମୋ କୋଳ

ମୁଁ କାହାକୁ ଛାଡ଼ିବି ନାହିଁ....।।।।


Rate this content
Log in

Similar oriya poem from Comedy