Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୦୧

ବେସୁରା ଗୀତି-୭୦୧

1 min
13.8K


ବର୍ଷା ଗୋ ତୁମେ ଫେରିଯାଅ ଏବେ

ଝର ଝର ଆଉ ବର୍ଷନା

ଆଖିରୁ ମୋହର ଝରୁଥିବା ଲୁହ

ଆଉ ଜମା ଧୋଇ ନିଅନା  ।।

ଜହ୍ନର ଜୋଛନା ଲୋଡା ନାହିଁ ଆଉ

ଜହ୍ନ ଗୋ ତୁମେ ଉଅଁନା

ଚାନ୍ଦିନୀ ରାତିରେ ରୁପେଲି ପରଦା

ମୋ ଉପରେ ଢାଙ୍କି ଦିଅନା  ।।

ନିଦ୍ରା ମୋ ଅଖିକୁ ଲୋଡା ନାହିଁ ଆଉ

ତନ୍ଦ୍ରା ଗୋ ତୁମେ ଫେରିଯାଅ

ଆଖି ତଳୁ ମୋର ସ୍ଵପ୍ନ ମହଲ

ଭାଙ୍ଗିଦେଇ ସାଥେ ନେଇଯାଅ  ॥

ଅନେକ ସ୍ଵପ୍ନ ମୁଁ ଦେଖି ସାରିଲିଣି

ଦେହକୁ ଭିଜାଇ ବରଷାରେ

ଆଉ ଲୋଡା ନାହିଁ କିଛି ହେଲେ ମୋର

ଲୁହର ସାଗର ଆଖି ତଳେ  ॥

ମୃତ୍ୟୁ ଗୋ ତୁମେ ନିରାଶା ମନର

ସାହାରା ଗୋଟିଏ ହେଇ ଯାଅ

ତୁମରି ଶୀତଳ ହାତରେ ଟିକିଏ

ମୋ ଦେହ କୁ ତୁମେ ଛୁଇଁ ଦିଅ  ॥


Rate this content
Log in