Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Meena Swain

Others

2  

Meena Swain

Others

ସବୁଠି ତ ଦିଶେ କବିତା ମୋତେ...

ସବୁଠି ତ ଦିଶେ କବିତା ମୋତେ...

1 min
6.7K


ସବୁଠି ତ ଦିଶେ କବିତା ମୋତେ...

ସବୁଜ ବାଉଁଶ ରାଣୀ

ତା ନହକା ଦେହରେ

ବେଢେଇ ଥିବା ଧୂସର ଶାଢ଼ିରେ,

ଖର୍ ଖର୍ ଉଡ଼ୁଥିବା ତା କେଶ ରାଶିରେ,

ଅଭିମାନରେ ମୁହଁ ମାଡି ଶୋଇଥିବା

ତା ଶୁଖିଲା ପତ୍ରରେ,

ତା ଚେରର ଆଲିଙ୍ଗନରେ

ବିବଶ ହୋଇଥିବା ମାଟିରେ,

ସୂର୍ଯ୍ୟର ସ୍ପର୍ଶରେ ଶିହରିତ

ତା ଛାଇ ଆଲୁଅ ଖେଳରେ,

ସବୁଠି ଶୁଭୁଥାଏ ମୋତେ

ଶବ୍ଦର ଛକାପନଝା

ତାକୁ ଛୁଇଁ ଆସୁଥିବା ଶୀତଳ

ପବନର ହିଲ୍ଲୋଳରେ...


Rate this content
Log in