Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Abstract Drama

5.0  

ବି. ନିରୁପମା

Abstract Drama

ମୋହିନୀ ଅଟେ ମୋ ନାଆଁ

ମୋହିନୀ ଅଟେ ମୋ ନାଆଁ

1 min
269


ଅଙ୍ଗେ ଅଙ୍ଗେ ମୋର ଭରା ଯଉବନ

ମୋହିନୀ ଅଟେ ମୋ ନାଆଁ ,

ମନଲାଖି ଏକ ମନ ଖୋଜୁଅଛି

ନିରାକାର ପୁର ଗାଆଁ ।

କିଏ ସେ ହେବ ମୋ ସଖା....

ଭେଟିବାକୁ ତାଙ୍କୁ ମନ ମୋ ଉଚ୍ଛନ୍ନ

ଦିଅ ହେ ସଅଳ ଦେଖା ।


ମୁଁ ଚିର କିଶୋରୀ, ନ ଯିବ ପାସୋରି

ମୁଖ ମୋ ପୂର୍ଣ୍ଣିମା ଇନ୍ଦୁ ,

ଦେବତା,ଦାନବ ଯେ ମନ ତୋଷିବ

ସେଇ ହେବ ପ୍ରାଣବନ୍ଧୁ ।

ଚାଖିବ ପୀୟୁଷ ରସ....

ସବୁଦିନ ନବ ଯୁବା ହୋଇଥିବ

ହେବ କାଳ ଭୟ ନାଶ ।


ଦେଖ ମୋର ଠାଣି,ନୟନ ଚାହାଣି

ହସରୁ ଝରୁଛି ଫୁଲ ,

ଚାଲିଗଲା ପଥେ ସୁନାର ମୁରୁଜ

ଦିଶୁଅଛି ଝଲମଲ ।

ଛାଡ଼ କଳି ତକରାଳ....

ନୃତ୍ୟ-ଗୀତ ତାଳେ କୁମ୍ଭସୁଧା ଢାଳେ

ପାନକର ସୁର...ଦଳ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Abstract