Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswa Bharati Dash

Inspirational

3  

Biswa Bharati Dash

Inspirational

ଜଳପାଇଁ କର ବୃକ୍ଷରୋପଣ

ଜଳପାଇଁ କର ବୃକ୍ଷରୋପଣ

1 min
6.7K


ଜଳ ହିଁ ସଂପଦ ଜଳ ହିଁ ବିପଦ...

ଜଳ ପାଇଁ ସୃଷ୍ଟି ଜଳ ପାଇଁ ନାଶ !

ଜଳ ହିଁ କାରଣ ଜଳ ହିଁ ବାରଣ...

ଜଳ ବିନା ମର୍ତ୍ତ୍ୟେ ସଭିଏଁ ଅବଶ !

ତେଣୁ ହେ ମାନବ ନ ହୁଅ ଦାନବ ...

ଜଳର ସୁରକ୍ଷା ଆପେ ଅନୁମେୟ !

ମୃତ୍ତିକାର କ୍ଷୟ ମନେମନେ ଧ୍ୟେୟ ...

ବୃକ୍ଷ ରୋପି କର ସବୁଜିମା ମୟ !

ଜଳର ବହୁଳେ ହୁଏ ସୃଷ୍ଟି ନାଶ ...

ଜଳର ବିହୁନେ ସୃଷ୍ଟି ନିଶ୍ଚେ ନାଶ

ବହୁଳତା ଏକ ସ୍ବପ୍ନ ଆଜି ପାଇଁ ...

ଆଜିର ଆହ୍ବାନ କାଲିକି ବି କାଇଁ ??

ଏଦେଶେ ଜନତା ସପନ ଦେଖନ୍ତି...

ଦେଖେଇ ଶିଖେଇ ନିଜେବି ଭାସନ୍ତି !

ରାତି ପାହିଗଲେ ଭୁଲନ୍ତି ବଚନ ...

ସଭିଏଁ ବୋଲାନ୍ତି ନିଜକୁ ମହାନ !

କହିବା ଲେଖିବା ସହଜ ଏ କାମ ...

ଉଦ୍-ଯୋଗୀ ଯିଏ ସିଏ ହିଁ ବିଦ୍ବାନ !

କୁହାମୁଣ୍ଡା ସର୍ବେ ଅଟନ୍ତି କପିଳା ...

ମାଟି ସୁରକ୍ଷିତ ଗଛ ପାଇଁ ପରା !

ସବୁଜିମା ଥିଲେ ଏଧରା ହସିବ ...

ଜଳ ପାଇଁ କାହିଁ ଚିନ୍ତା ବି ପଶିବ ?

ଗାଁ ପରିମଳ ପରା ଧୋବା ତୁଠରୁ ..

ସିଦ୍ଧାନ୍ତ ହେଉରେ ଆରମ୍ଭ ମୋଠାରୁ !

କିଛି ଭୁଲ୍ କହିଲି କି..ତେବେ ଗଛଟିଏ ଲାଗୁ !


Rate this content
Log in

Similar oriya poem from Inspirational