Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୬୩

ଜୀବନ ଗୀତା-୩୬୩

1 min
194


ଜୀବନର ମେରି

ଚାରିପଟେ ଘୂରି

ବିତଇ ଦିନ ବରଷ

ସମୟ ସୁଅରେ

ଭାସିଯାଏ ଧୀରେ

ବଳକା ଯେତେ ଆୟୁଷ ॥୦॥

କେଉଁଠୁ ଆସିଲି କାହିଁକି ଆସିଲି

ଭାବିଭାବି ଦିନରାତି

କି ସୁଖ ପାଇଲି କାହାକୁ କି ଦେଲି

ହିସାବର ନାହିଁ ଇତି

ଫଗୁଣ ମଳୟ ଫେରିଗଲା ପରେ

ଏବେତ ଖାଲି ପଉଷ

ନିଦାଘେ ଜଳିଲି ବର୍ଷାରେ ଭିଜିଲି

କାର୍ତ୍ତିକରେ କଲି ରାସ

ଝରା ପତରରେ ଶୀତ ଆସେ ଧୀରେ

ଥରଇ ହାଡ ମାଉଁସ

ଜନମୁଁ ମରଣ ଦିନ ପରେ ଦିନ

ଭୋଗକଲି ବାରମାସ ॥୨॥


Rate this content
Log in