Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract

2  

Raja Sekhar CH V

Abstract

ହେ ସୁଖ ! ହେ ସୌଖ୍ୟ !!

ହେ ସୁଖ ! ହେ ସୌଖ୍ୟ !!

1 min
189


ହେ ସୁଖ !

ହେ ସୌଖ୍ୟ !!

କରିହେବନି ତୁମର କ୍ରୟ ବିକ୍ରୟ,

ତୁମେ ସଦା ରୁହ ଜୀବନରେ ସକ୍ରିୟ !!


ଏତେ କଣ ତୁମେ ରାଗିଗଲ,

କେଉଁଠି ତୁମେ ଯେ ହଜିଗଲ,

ସମସ୍ତଙ୍କୁ ନିଃସହାୟ କରିଦେଲ,

ଜନମାନସରୁ ଶାନ୍ତି ହରେଇଦେଲ |୧|


ତୁମ ମୂଲ୍ୟ ଆମକୁ ଜଣେଇଦେଲ,

ପୁନଃ ସଂସାରରେ ହସି ହସି ବୁଲ,

ସର୍ବଜନଙ୍କୁ ଏବେ କ୍ଷମା କରିଚାଲ,

ଆଉ ଆମ ସମସ୍ତଙ୍କୁ ଖୁସି ଦେଇଚାଲ |୨|


ଏମିତି କି ପ୍ରକାର ଚକ୍ରବ୍ୟୂହ ରଚିଦେଲ,

ଯେ ପ୍ରତି ବ୍ୟକ୍ତିକୁ ଅଭିମନ୍ୟୁ କରିଦେଲ,

ଅର୍ଥବ୍ୟବସ୍ଥାକୁ ଅସ୍ଥିର ଆହତ କରିଦେଲ,

ଜୀବନ ସୁରକ୍ଷା ପ୍ରତି ଚିନ୍ତାଗ୍ରସ୍ତ କରିଦେଲ |୩|


ସୌଖ୍ୟ ଖୋଜି ଖୋଜି ହରେଇ ସାରିଲୁଣି ଅସଲ ସୁଖ,

ଦୈନନ୍ଦିନ କାର୍ଯ୍ୟକଳାପରୁ ମିଳିବ କେବଳ ପରମ ସୁଖ,

ଆଉ କୌଣସି ଛୋଟ କଥାରେ ଲାଗିବନି ଆମକୁ ଦୁଃଖ,

ସ୍ୱାଭାବିକ ଜୀବନ କରୁ ପୁନଃ ଆମ ସମକ୍ଷରେ ଅଭିମୁଖ |୪|


ହେ ସୁଖ !

ହେ ସୌଖ୍ୟ !!

ଆଉ ରୁଷ୍ଟ ନ ରହ,

ଦିଅ ନିଜର ଅନୁଗ୍ରହ !!


Rate this content
Log in