ଜୀବନ ଗୀତା-୨୫୦
ଜୀବନ ଗୀତା-୨୫୦
1 min
6.3K
ଜୀବନର ଆଇନାରେ
କେତେକେତେ ଧୂଳି
ଅତୀତ ତ ଦିଶୁନାହିଁ
ଆଉ ଆଗଭଳି ॥୦॥
କଳଙ୍କି ଲାଗି ଗଲାଣି
ମାନସ ପଟରେ
ଶିଉଳି ବସିଲା ଭଳି
ତୁଠ ପଥରରେ
ସ୍ମୃତିଫୁଲ ଫୁଟୁଥିଲା
ଫୁଟି ପୁଣି ବାସୁଥିଲା
ଝରି ଗଲାଣି କେବେଠୁଁ
ବାସିଫୁଲ ପରି ॥୧॥
ବୟସ ବଢିଲେ ସବୁ
ଭୁଲି ହୋଇଯାଏ
ଜାଣି ହୁଏନାହିଁ ନିଜ
କିଏ ପର କିଏ
ସକାଳ କଥା ସଞ୍ଜରେ
ନଥାଏ ତ ମଗଜରେ
ସମୟ ନଚାଉଥାଏ
ହାତେ ଧରି ଡୋରି ॥୨॥