Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Classics Inspirational Romance

5.0  

ବି. ନିରୁପମା

Classics Inspirational Romance

କହିଲି ମନ ଖୋଲି

କହିଲି ମନ ଖୋଲି

1 min
7.1K


ଜାଣିଲି ଯେବେ ତୁମକୁ ମୁହିଁ

ଜଗତନାଥ ବୋଲି,

ଭରସା କରି କହିଲି ତେଣୁ

ମୋ ମନ କଥା ଖୋଲି।।


ଶୁଣିକି ତୁମେ ଅଶୁଣା ଭଳି

ରହିଲ ଯେଣୁ ନାଥ,

ଆକୁଳ ହୋଇ ଚରଣ ତଳେ

ପାତିଲି ତେଣୁ ହାତ ।


ଜଗତ ଘୋଷେ ତୁମ୍ଭ ମହିମା

ଶରଣ ଦାତା ବୋଲି ।

ଭରସା କରି କହିଲି ତେଣୁ

ମୋ ମନ କଥା ଖୋଲି।।


ମୁରୁକି ହସି କହିଲ କିସ

ପାରିଲି ନାହିଁ ବୁଝି,

ହେ ପ୍ରିୟତମ ଥକି ଗଲିଣି

ଜୀବନ ସହ ଯୁଝି।


ମାରିବ ଅବା ତାରିବ ମୋତେ

ଜଣାଅ ମୁହଁ ଖୋଲି ।

ଜଗତ ଘୋଷେ ତୁମ୍ଭ ମହିମା

ଶରଣ ଦାତା ବୋଲି।।


ଜାଣିଲି ଯେବେ ତୁମକୁ ମୁହିଁ

ଜଗତନାଥ ବୋଲି,

ଭରସା କରି କହିଲି ତେଣୁ

ମୋ ମନ କଥା ଖୋଲି।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in