Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ତୁମରି ପାଇଁ ମୁଁ କବିତା ଲେଖୁଛି

ତୁମରି ପାଇଁ ମୁଁ କବିତା ଲେଖୁଛି

1 min
6.7K


ତୁମରି ପାଇଁ ମୁଁ କବିତା ଲେଖୁଛି

 

ଆଭାକାନ୍ତ ମହାନ୍ତି

 

ତୁମରି ପାଇଁ ମୁଁ କବିତା ଲେଖୁଛି

       ଲେଖି ରଖୁଅଛି ଚିଠି

ହେ ମୋର ଆଗାମୀ ପ୍ରାଣର ଚକୋରୀ

       କୁହ ଗୋ ତୁମେ କେଉଁଠି ? । ୦ ।

 

ଡାଇରୀ ସରିଲା କବିତାରେ ଖାଲି

       ଚିଠି ହୋଇଲାଣି ନଥି

ଠିକଣା ପାଉନି ପଠାଇବା ପାଇଁ

       ଯାଇ ଶୁଣାଇବି ଗୀତି

ମନ-ଆଇନାରେ ତେବେ ବି ତୁମକୁ

       ଦେଖୁଅଛି ମୁଁ ସବୁଠି । ୧ ।

 

ଡାକଘରେ ଦିନେ ତୁମ ଠିକଣାଟା

       ପଚାରିଲି ଯାଇ ମୁହିଁ

ଶେଷେ ବୁଝିପାରି ସେଦିନ ସଭିଏଁ

       ହସିଦେଲେ ମୋତେ ଚାହିଁ

ନିରାଶା ସେଦିନ ହେଲେ ବି ଭାବୁଛି

       ପାଇବି ସେ ଠିକଣାଟି । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in