ଭିଜା ଆଖି ମନର ଲୁହ
ଭିଜା ଆଖି ମନର ଲୁହ
ଲୁହକୁ ମୋର ପଚାରେ ନିଜେ ଏଥର
କେତେ ଝରୁଥିବୁ ଝରଝର
ଭିଜେଇ ମନ ଦେହ ଓ ଆତ୍ମା ଲହୁର ରୋଦନ
ପ୍ରାର୍ଥନା ଏ କ’ଣ ବାରମ୍ବାର ମନ ଓ ଜୀବନ
ପ୍ରୀତି ସ୍ପର୍ଶ ସମାନ୍ତରାଳ ରେଖାର
କୋହଭରା ଏ ଚୁକ୍ତି ଅନ୍ତରାତ୍ମାର
ଶବ୍ଦ ଏସବୁ ପ୍ରେମରେ ଭିଜା ଧନୀ ହୃଦୟର
ବନ୍ଧାପକା ମନର ନିରିମାଖୀ କୋମଳ କାନ୍ତାର
ରୋକି ବି ପାରେନା ବହିଯାଏ ଏ ସମ୍ପର୍କର
ସେତୁ ଏ ମାନେନା ଯେବେ ଝରେ ବର୍ଷା ଅତୀତର
ନିବିଡ ଆଶ୍ଲେଷର ମତି ହଜା ପ୍ରେମର
ତାକୁ ଭଲପାଏ ବୋଲି ଧୋକା ଦିଏ ଏଥର
ସମୟ ବି ଅସମୟ ଓ ଅସମର୍ଥ ସ୍ପର୍ଶଟା ଆଲିଙ୍ଗନର
ନିବୁଜ୍ ଗୁମ୍ଫାର ଖୋଦେଇ ଅଜନ୍ତା ଏଲୋରାର
ପ୍ରିୟା ମୋ ଅଧୀରା ଅବୁଝା ମନୋଇ ପ୍ରେମ ରଚନାର
କିଛି ଲୁହ ହସ ମିଶା କାବ୍ୟ ଓ କବିତା ରମ୍ୟ ନୃତ୍ୟାଙ୍ଗନାର
ଆଉ ବେଶି ଝରନା ଏତେ ଭଲପାଅନା
ଝୁରି ହେଉ ବୋଲି ଆଉ ଏତେ ଦାବି କରନା
ବାସି ଫୁଲ ବାସ୍ତବରେ ମୂଲର ନୁହଁ
ଅତୀତକୁ ଭଲପାଅ କୋହରେ ନ କୁହ..