Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

5.0  

Bauribandhu Lenka

Others

ଫୁଲେଇ ଫଗୁଣ

ଫୁଲେଇ ଫଗୁଣ

1 min
478



ଫୁଲେଇ ଫଗୁଣ ଉଙ୍କି ମାରିଲାଣି

କୋଇଲି ହୁଅଇ ସଜ

ହଳଦୀ ବସନ୍ତ ତର ତର ହୋଇ

ବୁଣଇ ରଙ୍ଗ ମୁରୁଜ ॥


ମଧୁପଙ୍କ ମନ ହୁଏ ଛନ୍ନ ଛନ୍ନ

କରିବାକୁ ମଧୁପାନ

କଳି ପାଶେ ମିଳି କରିଲେଣି ଅଳି

ତୋଳି ମଧୁର ଗୁଞ୍ଜନ ॥


ବଉଳ ଭାରରେ ଆମ୍ରବୃକ୍ଷମାନେ

ଦିଶନ୍ତି କେଡେ ମଞ୍ଜୁଳ

କୋକିଳର ମନ ହେଲାଣି ଚଞ୍ଚଳ

ଚୁମିବାକୁ ସେ ବଉଳ ॥


କୁମ୍ଭାଟୁଆ ମନ ହେଲାଣି ଉଚ୍ଚାଟ

କରିବାକୁ ସ୍ତବ ପାଠ

ଋତୁରାଜଙ୍କର ଆଗମନ ବେଳେ

ହୋଇବ ସେ ରାଜ-ଭାଟ ॥


ଶୀତର ପ୍ରକୋପେ ବୃକ୍ଷମାନେ କୋପେ

ତ୍ୟାଗିଥିଲେ ପ୍ରୌଢ ପତ୍ର

ନବପତ୍ରୋଦ୍-ଗମ ହେଲାଣି ଆରମ୍ଭ

ଆସୁଛି ଜାଣି ବସନ୍ତ ॥


ସରୋବର ଜଳ ଦିଶଇ ନିର୍ମଳ

ପଦ୍ମ କଳି ଟେକେ ଶିର

ଶିଶିରର ଡର ହୋଇଲାଣି ଦୂର

ଦେଖିବ ପ୍ରିୟ ଭାସ୍କର ॥

*******


କବିତାଟି ବସନ୍ତ ଋତୁର ଆଗମନକୁ ଆଖିରେ ରଖି ରଚନା କରାଯାଇଛି । ଏହି ଋତୁର ଆଗମନ ପୂର୍ବରୁ ଯେଉଁ ସବୁ ପରିବର୍ତ୍ତନ ଆମେ ଦେଖିବାକୁ ପାଇଥାଉ ତାର ଏକ ସଂକ୍ଷିପ୍ତ ବର୍ଣ୍ଣନା କବିତାଟିରେ ସ୍ଥାନ ପାଇଛି ।


Rate this content
Log in