ଛିଣ୍ଡାକମଳ
ଛିଣ୍ଡାକମଳ
ପୁରୁଷାର୍ଥର ସ୍ଵୀକାରୁକ୍ତି ;
ତୁମେ
ଉଚ୍ଚାରଣ ବିହୀନ ଶବ୍ଦ
ନୀଳଜଙ୍ଗଲର ସବୁଜିମା ଭିତରେ ହଜି ଯାଇଥିବା ମନ ଅଳକା,
ଖୋଜ ନି ମତେ
ଜନଗହଳି ପୂର୍ଣ୍ଣ ବିଚ ରାସ୍ତା ଉପରେ,
ନୀରବତା
ଯଦି ମୋ ହୋଇଥାଏ ,ତୁମ ପ୍ରଶ୍ନ ? ପଚାର,
ତୁମ ସେଇ ବେଳାଭୂମିର ପ୍ରଥମ ଦୌଡ଼କୁ,
ପ୍ରବାସୀ ସାଇବେରିଆନ ପକ୍ଷୀର ଉଡାଣକୁ
ଯାହା ସହ ଥିଲା
ତୁମ ପ୍ରତିଧ୍ୱନ୍ଦିତା
ଉଡି ହଜି ଯିବାକୁ ମୋ ଉଛ୍ୱାସ ତାଳେ,
ଉନିଦ୍ରା ସବୁ ଅକାରଣେ
ଉଭେଇଗଲା
ଶୀତୁଆ ସକାଳର ଘାସ ଗାଲିଛା ଉପର ଶିଶିର ବିନ୍ଦୁ ଭଳି,
ତୁମେ
ଆପଣାଇ ନେଲ ଦାମିକା ,
ଅଡିକାର,ରୋଲରୟେସ ଘଡି, ଫ୍ରେଞ୍ଚ ପେରଫ୍ୟୁମ, ବିଦେଶ ଆବାସ,
ତୁମ ଟେଡି, ପୁରୁଣା ଘର ଆବର୍ଜନା ସହ ଜଳୁଛି
ଜଳୁଥିବା
ଧୁଆଁ କୁଣ୍ଡଳି ଭିତରେ ମୋ ଅସ୍ତିତ୍ଵ ଦେଖ ଉପରକୁ ଆହୁରି ଉପରକୁ
ଶୁନ୍ୟରେ ମିଳେଇ ଯାଉଛି,
ଏଇ ଦେଖ;
ବିବଶ ଉଲଗ୍ନ ଯୁବତୀ ଠିଆ ହୋଇଛି,
ମୃତବତ୍ତ, ହାତ ଦୁଇଟି ଘୋଡାଇ
ଛାତି ଉପରେ
କିଛି ବୁଲା କୁକରଙ୍କ କାମୁଡାର କ୍ଷତ ସ୍ପଷ୍ଟ ବାରି ହେଉଛି ପାଶବିକ ଅତ୍ୟାଚାରରେ ଶିକାର
ବୋଧେ ହୋଇ
ରକ୍ତାକ୍ତ ଅବସ୍ଥାରେ ଛିଡା ହୋଇଛି,
ପାଗଳ ଅବହିତ ବ୍ୟକ୍ତିଟି
ଆଣି ତା ଦେହକୁ ଗୋଡ଼ାଇ ଦେଉଛି
ତା ଏକମାତ୍ର ସମ୍ଭଳ ,
ଆପଣାର
ଛିଣ୍ଡାକମଳ,--------------!
{ଶେଷ}
©®କାଶ୍ୟପ,ରାୟଗଡା