Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Classics Inspirational

5.0  

ବି. ନିରୁପମା

Classics Inspirational

ମୁକ୍ତିପଥର ଯାତ୍ରୀ

ମୁକ୍ତିପଥର ଯାତ୍ରୀ

1 min
6.8K


ମୁକ୍ତି ପଥର ଯାତ୍ରୀ-ମୁଁ ଏବେ

ମୁକ୍ତି ପଥର ଯାତ୍ରୀ ,

ଯୁକ୍ତି କରିକି ତୃପ୍ତି ଚାହେଁନା

କର ତଵ କୃପା-ପାତ୍ରୀ।


ବାର ବାର ତୁମେ ବିବଶ ହୋଇଛ

ଦେଖି ଭକତର ଭକ୍ତି ,

ମନୋବାଞ୍ଛା ତାଙ୍କ ପୂରଣ କରିଛ

ବିତରି ଆପଣା ଶକ୍ତି ।


ଧ୍ରୁବ,ପ୍ରହଲ୍ଲାଦ, ଶବରୀ,ନାରଦ

ଅଛି ପରା ତାଙ୍କ ଉକ୍ତି,

ସୁଦାମା, ଦାସିଆ,ବନ୍ଧୁ ମହାନ୍ତିଙ୍କ

ଗାଥାଟି ଜଗାଏ ତୃପ୍ତି ।


କେତେ ବାଗେ ତୁମେ କାହାକୁ ତାରିଛ

ଦେଇଛ ଜଞ୍ଜାଳୁ ମୁକ୍ତି,

ମୋହ ପ୍ରତି କର କରୁଣା କିଞ୍ଚିତ

ଲଭିବି ଚରମ ତୃପ୍ତି ।


ମୁକ୍ତି ପଥର ଯାତ୍ରୀ-ମୁଁ ଏବେ

ମୁକ୍ତି ପଥର ଯାତ୍ରୀ,

ଯୁକ୍ତି କରିକି ତୃପ୍ତି ଚାହେଁନା

କର ତଵ କୃପା-ପାତ୍ରୀ।



ବି ନିରୁପମା।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in