Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ବର୍ଷା

ବର୍ଷା

2 mins
7.1K


ଅତିବଡ଼ି ଜଗନ୍ନାଥ ଦାସ


ଏବେ ଗ୍ରୀଷମ କାଳ ଗଲା । ବରଷା ଋତୁ ପ୍ରକାଶିଲା ।।

ସକଳ ଋତୁଙ୍କର ସାର୤ ଶସ୍ୟ ସମ୍ପଦ ମଞ୍ଚ ପୁର୤

ମେଘେ ମିଳିଲେ ଶୂନ୍ୟପଥେ୤ ବିଜୁଳି ଶବଦ ସଙ୍ଗତେ୤

ଭୂମି, ସାଗର, ଶୂନ୍ୟେ ବ୍ୟାପି୤ ନୀଳ ଜୀମୂତ ବିଶ୍ବରୂପୀ୤

ଯେମନ୍ତେ ନିବିଡ଼ ଆକାଶ୤ ଭୂମିର ରସ ଅଷ୍ଟମାସ୤

ଆଦିତ୍ୟ କରିଥିଲା ଗ୍ରାସ୤ ସେ ତାପ କଲା ମେଘ ନାଶ୤

ମହୀମଣ୍ଡଳ ଦୁଃଖ ଚାହିଁ୤ ଜଳ ଛାଡ଼ିଲା ତୋଷ ହୋଇ୤

ଘୋର ଶବଦେ ମେଘମାଳ୤ ଗର୍ଜିଣ ବରଷନ୍ତି ଜଳ୤

ପ୍ରାଣୀ ଜୀବନ ଜଳ ରାଶି୤ କରୁଣା ଚିତ୍ତରେ ବରଷି୤

ପୃଥିବୀ ରବିତପ୍ତ ଗ୍ରାସେ୤ ତାପିତ ଥିଲା ଅଷ୍ଟମାସେ୤

ଜଳ ପାଇଲେ ତୋଷ ଚିତ୍ତେ୤ ତପସ୍ବୀ ଜନଙ୍କର ମତେ୤

ତପସ୍ୟା ଫଳ ଯେହ୍ନେ ପାଇ୤ ଭୁଞ୍ଜନ୍ତି ଅତି ସୁଖୀ ହୋଇ୤

ଖଦ୍ୟୋତ କୀଟ ନିଶାମୁଖେ୤ ଜଗତ ଆବୋରିଲେ ସୁଖେ୤

ପାଷାଣ୍ଡେ ଯେହ୍ନେ କଳିଯୁଗେ୤ ବେଦ ନିନ୍ଦନ୍ତି ଯୋଗ ମାର୍ଗେ୤

ମଣ୍ଡୁକେ ମେଘ ନାଦ ଶୁଣି୤ ଗର୍ଜନ୍ତି ଆବୋରିଣ ପାଣି୤

ଅଳପ ନଦୀଏ ପୁରିଲେ୤ ଲହରୀ ମତେ ଉଛୁଳିଲେ୤

ନାନା ପ୍ରକାରେ ଶସ୍ୟ ରାଶି୤ ଏଣେ ପୁରିତ ମହୀ ଦିଶି୤

ଛତୁ ଯେ ଛତ୍ର ପ୍ରାୟ ହୋଇ୤ ରାଜାର ପ୍ରାୟେ ଦିଶେ ମହୀ୤

ଶସ୍ୟ ସମ୍ପଦ କ୍ଷେତ୍ର ମତେ୤ ଦେଖି ସାନନ୍ଦ ପ୍ରାଣୀ ଚିତ୍ତେ୤

ଅଶେଷ ଜୀବ ଜଳ ସ୍ଥଳେ୤ ଜଳ ଭକ୍ଷିଲେ କୁତୂହଳେ୤

ଦିନକୁ ଦିନ ପୁଷ୍ଟ ହୋଇ୤ ହରି ସେବକ ପ୍ରାୟ ଦେହୀ୤

ସମୁଦ୍ର ନଦୀଙ୍କର ମେଳ୤ ଲୋଡ଼ି ପାଇଲେ ପୂର୍ଣ୍ଣ ଜଳ୤

ଅଳପ ଯୋଗୀଙ୍କର ଚିତ୍ତ୤ ଯେହ୍ନେ ଚଞ୍ଚଳ ଗୁଣେ ଗ୍ରସ୍ତ୤

ପର୍ବତେ ଜଳଧାରଚୟ୤ ପଡ଼ନ୍ତେ ନ କରନ୍ତି ଭୟ୤

କୃଷ୍ଣ ଆଶ୍ରିତ ପ୍ରାଣୀ ଯେହ୍ନେ୤ ଦୁଃଖିତ ନୁହନ୍ତି ବ୍ୟସନେ୤

ପଥ ହୋଇଲା ତୃଣମୟ୤ ବାଟର ନ ମିଳିଲା ଥୟ୤

ବ୍ରାହ୍ମଣ ବେଦ ପାଶୋରିଲେ୤ ଯେମନ୍ତ ହ୍ବନ୍ତି ପଚାରିଲେ୤

ଜଗତ ବନ୍ଧୁ ମେଘମାଳେ୤ ବିଜୁଳି ନ ରହେ ନିଶ୍ଚଳେ୤

ଗୁଣୀ ପୁରୁଷଙ୍କର ତୁଲେ୤ ବିଟପୀ ମନ ଯେହ୍ନେ ଟଳେ୤

ଶବଦ ତୁଲେ ଇନ୍ଦ୍ର ତାପ୤ ଗଗନେ ଶ୍ବେତ ସାତ ରୂପ୤

ଗର୍ଜନ୍ତି ଗୁଣେ ହୋଇ ଯୁତେ୤ ନିର୍ଗୁଣ ପୁରୁଷ ଯେମନ୍ତେ୤

ଚନ୍ଦ୍ର ନ ଦିଶେ ମେଘାଛନ୍ନେ୤ ମିଥ୍ୟା ବଚନେ ସତ୍ୟ ଯେହ୍ନେ୤

ମୟୁରେ ଗିରି ପୃଷ୍ଠେ ଥାଇ୤ ନୃତ୍ୟ କରନ୍ତି ମେଘ ଚାହିଁ୤

ଅତିଥି ଦେଖି ବିଦ୍ବଜ୍ଜନେ୤ ଯେସନେ ତୋଷ ହ୍ବନ୍ତି ମନେ୤

ବୃକ୍ଷଙ୍କ ମୂଳେ ଜଳରାଶି୤ ଫଳ ପଲ୍ଲବ ଯେ ପ୍ରଶଂସି୤

ତପର ଅନ୍ତେ ଫଳ ପାଇ୤ ତପସ୍ବୀ ଯେହ୍ନେ ତୁଷ୍ଟ ହୋଇ୤

ବରଷା ଦେଖି ନର ନାରୀ୤ ଯେସନେ ଗୃହ ବାସ କରି୤

ଜଳ ପ୍ରବାହେ ବନ୍ଧ ଭାଙ୍ଗେ୤ ଯେହ୍ନେ ପାଷାଣ୍ଡେ ବେଦମାର୍ଗେ୤

ମେଘ ପବନ ଯୋଗେ ବଳି୤ ଅମୃତ ପ୍ରାୟ ଜଳ ଛାଡ଼ି୤

ବିପ୍ରଙ୍କ ବୋଲେ ମହୀପାଳେ୤ ଯେହ୍ନେ ଦିଅନ୍ତି ଦାନ କାଳେ୤

ବରଷା ରସେ ବନ ଭୂଇଁ୤ ଖର୍ଜୁର ଜମ୍ବୁମୟ ହୋଇ୤

ଗୋରୁ ଗୋପାଳ ସଙ୍ଗେ ଘେନି୤ ବନେ ବିଜୟ ଅନ୍ତର୍ଯ୍ୟାମୀ୤

ଗାଈଏ ସ୍ତନଭର ହୋଇ୤ କର୍ଦମେ ନ ପାରନ୍ତି ଯାଇ୤

କୃଷ୍ଣର ଡାକ ଶୁଣି କର୍ଣ୍ଣେ୤ ନିକଟେ ମିଳିଲେ ବହନେ୤

ବନରେ ଯେତେ ଜନ୍ତୁ ଥିଲେ୤ ଗିରି କାନନ ଆଶ୍ରେ କଲେ୤

ସକଳ ବୃକ୍ଷେ ମଧୁଦ୍ରବ୍ୟ୤ ବରଷା ଋତୁର ସ୍ବଭାବ୤

ଗାଈ ଚରାନ୍ତି ବୃନ୍ଦାବନ୤ ଭକ୍ଷନ୍ତି କନ୍ଦମୂଳମାନ୤

ବସନ୍ତି ବୃକ୍ଷଙ୍କର ତଳେ୤ ଦିନ ହରନ୍ତି ବୃଷ୍ଟିବେଳେ୤

ଦଧି ଅନ୍ନହିଁ ଘରୁ ଆଣି୤ ଜଳ ନିକଟେ ଚକ୍ରପାଣି୤

ଗୋପାଳ ମେଳେ ବେନି ଭାଇ୤ ଭୁଞ୍ଜନ୍ତି ଶିଳାପରେ ଥୋଇ୤

କୋମଳ ଘାସେ ପଶୁମାନେ୤ ଶୁଅନ୍ତି ନିଦ୍ରିତ ଲୋଚନେ୤ଏହି କବିତାଟି ‘ଶ୍ରୀମଦ୍ ଭାଗବତ’ ଗ୍ରନ୍ଥ, ଦଶମ ସ୍କନ୍ଧର ଏକାଦଶ ଅଧ୍ୟାୟରୁ ଊଦ୍ଧୃତ ହୋଇଛି ।

ସମାପ୍ତ





Rate this content
Log in