କରୁଛି ପ୍ରାର୍ଥନା ପ୍ରଭୁ
କରୁଛି ପ୍ରାର୍ଥନା ପ୍ରଭୁ
କରୁଛି ପ୍ରାର୍ଥନା ପ୍ରଭୁ
ଆହେ ଜଗତ ଈଶ୍ୱର
ଦୟାନିଧି ଦୟାକର
ବାର୍ଦ୍ଧକ୍ୟ ମୁଁ ହେବି ପାର
ତୁମେ ପ୍ରଭୁ ଏକା ମୋର
ଅନ୍ତକାଳେ ଅନ୍ତଃସ୍ଵର
ତୁମ ଛଡା କିଏ ଅଛି
ବୃଦ୍ଧ କାଳେ ସାହା ମୋର
ଯାହା ବି ଦେଇଛ ମୋତେ
କରି ନାହିଁ ଅଳି କେବେ
ଭୋଗୁଛି ମୁଁ ଦୁଃଖ ସୁଖ
ମୋର କର୍ମ ଭାଗ୍ୟ ମତେ
ଅସ୍ଥିର ମୁଁ ହେଉ ନାହିଁ
ଧନ ଜନ ଖ୍ୟାତି ପାଇଁ
ମିନତି ମୁଁ କରୁନାହିଁ
ବଇକୁଣ୍ଠ ଯିବି ଯାଇ
ଦିଅ ମୋତେ ସମରଥ
ହେବିନାହିଁ କାହା ଭାର
ଅପୁରୀଷେ ଯାଆନ୍ତାକି
ବାର୍ଦ୍ଧକ୍ୟରେ ଏ ଶରୀର
ନପାଆନ୍ତୁ ଦୁଃଖ କେହି
ମୋର ଦେହ ବୋଝ ପାଇଁ
ଚାଲୁଥାଉ ହାତ ଗୋଡ଼
ହରି ନାମ ମୁଖେ ନେଇ
ଏତିକି ମାଗୁଣି ପ୍ରଭୁ
ଶେଷାବସ୍ଥା ହେଉ ମୋର
କରୁଥିବି ନିଜ କର୍ମ
ଗାଉଥିବି ଗୁଣ ତୋର ।
ପ୍ରଶାନ୍ତ କୁମାର ହୋତା